ହରଭଙ୍ଗା,୧୯/୦୪ – କିଡ଼ନୀ ମହାମାରୀର ପେଣ୍ଠ ସ୍ଥଳୀ ପାଲଟିଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି | ଜାଣି ନ ଜାଣିଲା ଭଳି ସ୍ଥାନୀୟ ରାଜନେତା ଓ ବିଭାଗୀୟ କତୃପକ୍ଷ ଏହା ଉପରେ ଧ୍ୟାନ ଦେଉନାହାନ୍ତି l ବିଭିନ୍ନ ନଳକୂପ ଅଚଳ ଅବସ୍ଥା ଥିବାବେଳେ ଆଉ କିଛି ନଳକୂପ ଏମିତି ଅଛି ଯାହାକି ଗୁଣ୍ଡ ମିଶା ଦୁର୍ଗନ୍ଧ ପାଣି ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ପଡୁଛି | ଏହା ଉପରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ୍ୟ କୌଣସି ବି ପ୍ରଭାବ ପଡୁନି | ଏପଟେ ଗ୍ରୀଷ୍ମ ପ୍ରଭାବରେ ପାଣି ଟୋପେ ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ l ଏମିତି ସମସ୍ୟା ଦେଖାଦେଇଛି ଧଳପୁର ପଂଚାୟତର ଧଳପୁର ବେତେରାସାହି ଠାରେ ଥିବା ଏକ ମାତ୍ର ନଳକୂପ ଯେଉଁଥିରୁ ଗୁଣ୍ଡ ମିଶା ମଇଳା ପାଣି ସାହି ବାସିନ୍ଦା ବ୍ୟବହାର କରୁଛନ୍ତି | ବାରମ୍ବାର ପଞ୍ଚାୟତକୁ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି l ସ୍ଥାନୀୟ ଜନସାଧାରଣ ପଂଚାୟତ କତୃପକ୍ଷଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପଯ୍ୟନ୍ତ ଅଭିଯୋଗ କରୁଥିଲେ ମଧ୍ୟ ଜନସାଧାରଣଙ୍କୁ ନିରାଶ ହେବାକୁ ପଡୁଛି । ସେହିପରି ରାମଗଡ ପଂଚାୟତର ଉଆଁଲ ଗ୍ରାମରେ ସ୍କୁଲ୍ ନିକଟରେ ଥିବା ନଳକୂପ ,ଗ୍ରାମର ଅଙ୍ଗନଓ୍ବାଡି କେନ୍ଦୁ ପରିସରରେ ଥିବା ନଳକୂପଟି ବର୍ଷେ ହେବ ଅଚଳ ଭାବେ ପଡିରହିଛି, ଉକ୍ତ ନଳକୁପ ଉପରେ ସ୍ଥାନିୟ ଲୋକମାନେ ପିଇବାପାଣି ପାଇଁଁ ବ୍ୟବହାର କରୁଥିଲେ, କିନ୍ତୁ ତାହା ଅଚଳଥିବାରୁ ଏଥିରୁ ବଂଚିତ ଅଛନ୍ତି ସ୍ଥାନିୟ ବସ୍ତିବାସିନ୍ଦା, ତେଣୁ ତୁରନ୍ତ ନଳକୂପକୁ ମରାମତି କରିବାପାଇଁ ଗ୍ରାମର ସୁଜିତ୍ ବିଶି,ସଚିଦାନନ୍ଦ ବିଶି,ନେତ୍ରାନନ୍ଦ ମହାଲିକ,ମାନଗୋବିନ୍ଦ ବିଶି,ଅଶୋକ ସେଠୀ,ନରୁତମ ନାଏକ ପ୍ରମୁଖ ଦାବିକରିଛନ୍ତି।