ଜବର ଦଖଲରେ ମାର୍କେଟ ସେଡ଼
ବୌଦ୍ଧ/ଜହ୍ନାପଙ୍କ,୧୮/୧;ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଛକରେ ନିର୍ମାଣ ହୋଇଥିବା ମାର୍କେଟ ସେଡ଼ ଏବେ ଜବର ଦଖଲକାରୀଙ୍କ କବଜାରେ ରହିଛି ଫଳରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସୂଚନାମତେ ୨୦୦୧ ମସିହାରେ ବୌଦ୍ଧ ପଂଚାୟତ ସମିତି ପକ୍ଷରୁ ପ୍ରାୟ ୨୫ ଲକ୍ଷ ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଗୁରୁବାର ବସୁଥିବା ସାପ୍ତାହିକ ହାଟକୁ ଆସୁଥିବା ବ୍ୟବସାୟୀ ଓ ଗ୍ରାହକ ଏହାର ତଳେ ଆଶ୍ରୟ ନେବା ସହିତ କିଣାବିକା କରିବାପାଇଁ।କିନ୍ତୁ ନିର୍ମାଣ ହେବା ଦିନଠୁ ଏହା ବ୍ୟବହାର ନହୋଇ ବ୍ୟବସାୟୀଙ୍କ କବଜାରେ ରହିଛି।ଏପରିକି ଏହାର ମରାମତି ପାଈଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। କିନ୍ତୁ ଏବେ ଏହା ବ୍ୟବସାୟୀ ଙ୍କ ଗୋଦାମଘର ପାଲଟିଛି।ଏବଂ ଏହା ଗାଡି ପ।ର୍କିଙ୍ଗସ୍ଥଳ ପାଲଟିଛି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।