କେନ୍ଦୁଗଣ୍ଡି ସହ ଟ୍ରାକ୍ଟର ଜବତ, ପାଞ୍ଚ ଜଣ ଗିରଫ

ବୌଦ୍ଧ,୯/୪- କଂଟାମାଳ ବନାଞ୍ଚଳ ଅନ୍ତର୍ଗତ ଉମା ବିଟ ଅଧିନସ୍ଥ ତେନ୍ତୁଲିମୁଣ୍ଡା ଗ୍ରାମର ଭଗବାନ ରଣା ଇଟା ପୋଡ଼ିବା ପାଇଁ କେନ୍ଦୁ ଗଣ୍ଡି ନିଜର ଟ୍ରାକ୍ଟର ନଂ. ଓଡି15 ପି 8738 ଯୋଗେ ମଧ୍ୟ ରାତ୍ରରେ ଆଣୁଥିବା ସମୟରେ ଜଙ୍ଗଲ ନିଆଁ ଲିଭାଉଥିବା କାର୍ଯ୍ୟରତ ଘଣ୍ଟାପଡ଼ା ସେକ୍ସନର ଫରେଷ୍ଟର ରଂଜନ କୁମାର ସେଠୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ରେଞ୍ଜରଙ୍କୁ ଖବର ଦେଇଥିଲେ । ସେ ସମୟରେ ଉପସ୍ଥିତ ଥିବା ବୌଦ୍ଧ ଜିଲ୍ଲା ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତଙ୍କ ନେତୃତ୍ଵରେ ଏକ ଟିମ୍ ଆସି ଟ୍ରାକ୍ଟର ସହ କାଠ ଜବତ କରି ମାଲିକ / ଡ୍ରାଇଭର ଭଗବାନ ରଣା (35) ଙ୍କୁ ଗିରଫ କରାଯାଇଛି । ଏହାସହ ସହଯୋଗୀ ବିଷ୍ଣୁ ରଣା ,ସୁମନ୍ତ ରଣା, ଅହନ ବିଶି, କପିଳେଶ୍ୱର ରଣା ଙ୍କୁ ଗିରଫ କରିଛି ବନ ବିଭାଗ। ଏହା ସହଏହି ଟିମ୍ ରେ ଶ୍ରୀ ଗୋଛାୟତଙ୍କ ସହିତ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନ, ବନପାଳ ରଂଜନ ସେଠୀ, ରମାକାନ୍ତ କଅଁର, ବନରକ୍ଷୀ ପ୍ରଦୀପ ସାହୁ, ପ୍ରଶାନ୍ତ ବାରିକ, ସୁବ୍ରତ ପ୍ରଧାନ, ମାଳତୀ ମାଝୀ ପ୍ରମୁଖ ସାମିଲ ଥିଲେ ।ପ୍ରକାଶଯୋଗ୍ୟ ଯେ ଗତକାଲି ମଧ୍ୟ ଏକ୧୦ଚକିଆ ଟ୍ରକ୍ କାଠ ସହ ଜବତ ଘଟଣାର ୨୪ ଘଣ୍ଟାନପୁରୁଣୁ ଆଉ ଗୋଟିଏ କାଠ ବୋଝେଇ ଟ୍ରାକ୍ଟର ଧରାପଡ଼ିବା ବନ ବିଭାଗର ପାରିବା ପଣିଆକୁ ଚ୍ୟାଲେଞ୍ଜ ଦେଉଛନ୍ତି କାଠ ମାଫିଆ ବୋଲି ଜନସାଧାରଣରେ ଆଲୋଚନା ହେଉଛି |

Comments (0)
Add Comment