ପରିବା ବୋଝେଇ ପିକ ଅପ ଦୁର୍ଘଟଣାଗ୍ରସ୍ତ,ଅଳ୍ପକେ ବର୍ତିଲେ ଡ୍ରାଇଭର


ବୌଦ୍ଧ/ଜହ୍ନାପଙ୍କ,୨୩/୩- ବୋୖଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୭ ର ବୁରକଟା ଛକ ନିକଟସ୍ଥ ଦୁଇବନ୍ଧଠାରେ ସୋମବାର ରାତି ସାଢ଼େ ଦଶଟା ବେଳେ ଏକ ବୋଲେରୋ ପିକ ଅପ ନଂ ଓଡ଼ି ୧୫ କ୍ୟୁ ୪୭୯୫ ବାମ ପାର୍ଶ୍ୱରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଡ୍ରାଇଭର ଅଲ୍ପକେ ବର୍ତିଯାଇଥିବା ଜଣାଯାଇଛି।ସୂଚନାମତେ ଛତିଶଗଡ଼ରୁ କେପସିକମ ନେଇ କଟକ ଅଭିମୁଖେ ଯାଉଥିବା ଏହି ଗାଡି ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଅନ୍ୟ ଏକ ଗାଡ଼ିରେ ପରିବା ସ୍ଥାନାନ୍ତର କରିଥିବା ଜଣାଯାଇଛି।

Comments (0)
Add Comment