ମିଳିଲାନି ମହାପ୍ରୟାଣ ଗାଡ଼ି ୭ କିଲୋମିଟର ମୋଟର ସାଇକେଲରେ ବୁହାହେଲା ଶବ


ବାଲିଗୁଡ଼ା,୭/୫:ମିଳିଲାନି ମହାପ୍ରୟାଣ ଗାଡ଼ି, ସାତ କିଲୋମିଟର ବାଇକରେ ବୁହାହେଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦାଗୁଡାରେ । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ଦୁରିଙ୍ଗିପଡି ସାହିର ତିନି ଜଣ ଶିଶୁ ଗତକାଲି ଅପରାହ୍ନରେ ପଂଚାୟତ ନିକଟ ପୋଖରୀରେ ଗାଧୋଇବା ବେଳେ ପାଣିରେ ଦଶବନ୍ତ ମହାନନ୍ଦ ନାମକ ୩ବର୍ଷର ଶିଶୁ ବୁଡ଼ିଯାଇଥିଲା । ଶିଶୁଟି ଘରକୁ ଫେରିବାରେ ବିଳମ୍ବ ହେବାରୁ
ପରିବାର ଲୋକ ଖୋଜା ଖୋଜି କରିଥିଲେ । ପରେ ପୋଖରୀରୁ ଭାସମାନ ଅବସ୍ଥାରେ ଶିଶୁ ମୃତ ଶରୀର ଗ୍ରାମବାସୀଙ୍କ ସାହାଯ୍ୟରେ ଉଦ୍ଧାର କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଗତକାଲି ରାତି ରେ ମୃତ ଶିଶୁଟିର ଶବ ବ୍ୟବଛେଦ ହୋଇପାରି ନ ଥିଲା ସ୍ଥାନୀୟ କିଛି ଯୁବକ ସହ ପରିବାର ଲୋକ ରାତି ତମାମ ଡାକ୍ତରଖାନା ପରିସରରେ ଅପେକ୍ଷା କରିବା ପରେ ଆଜି ସକାଳୁ ଶବ ବ୍ୟବଚ୍ଛେଦ ହୋଇଥିବା ଜଣାପଡ଼ିଛି । ହେଲେ ଶବ ନେବାପାଇଁ ଡାକ୍ତରଖାନା ପକ୍ଷରୁ କୌଣଶି ସୁବିଧା ନମିଳିବା ହଁ ମହାପ୍ରୟାଣ ଗାଡ଼ି ନଥିବା ଯୋଗୁଁ ବାଧ୍ୟ ହୋଇ ସାତ କିଲୋମିଟର ବାଇକରେ ଶବକୁ ନେଇ ଯାଇଥିବା ଜଣାପଡ଼ିଛି ।

Comments (0)
Add Comment