ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦୀର୍ଘ ସାତ ମାସ ହେବ ରାଜ୍ୟର ସମସ୍ତ ସାଂସ୍କୃତିକ ଓ ଧାର୍ମିକ ପୀଠଗୁଡ଼ିକ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଏବେ ଏହା ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ରାଜ୍ୟ ସରକାର ଏ ସଂପର୍କରେ ନିଷ୍ପତ୍ତି ନେବେ । ବର୍ତ୍ତମାନର ସ୍ଥିତି ଉପରେ ନଜର ରଖି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆସନ୍ତା ଅକ୍ଟୋବର ପହିଲାରୁ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଖୋଲିବ ବୋଲି ସୂଚନା ଦେଇଥିଲେ ।

Comments (0)
Add Comment