ପୁଅର ଛୁରା ମାଡରେ ମାର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦରଥାନା ଅଞ୍ଚଳର ବିଶିପଡ଼ା ପଂଚାୟତର ବେହେରା ପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ କାଲି ସନ୍ଧ୍ୟାରେ ପୁଅ ଭାଗିରଥି ବେହେରାର ଗାଡିକୁ ନିଜ ଭଣଜା ଭାଙ୍ଗି ଦେଇଥିବା ବେଳେ ଭାଗିରଥି ଘରକୁ ଯାଇ ନିଜ ଭଉଣୀ ବୃନ୍ଦାବତୀ ଓ ମା ଉର୍ମିଳାଙ୍କ ସହ ଝଗଡା କରିଥିଲା ଓ ପଇସା ମାଗିଥିଲା । କିନ୍ତୁ ଭଉଣୀ ପଇସା ଦେବାକୁ ମନା କରିବାରୁ ସେଠୁ ଚାଲିଯାଇଥିଲା । କିନ୍ତୁ ପୁଣି ସନ୍ଧ୍ୟା ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ଭାଗିରଥି ଆସି ଝଗଡା କରି ଜୀବନରେ ମାରି ଦେବି ବୋଲି ଧମକ ଦେଇ ଗୋଟିଏ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ନିଜ ଭଉଣୀ ବୃନ୍ଦାବତୀକୁ ।ଏହା ଦେଖି ବୃନ୍ଦାବତୀର ପୁଅ ମାମୁଁକୁ ରୋକିବାକୁ ଆସିଥିଲା । କିନ୍ତୁ ଭାଗିରଥି ସେହି ଧାରୁଆ ଛୁରୀରେ ଭଣଜାକୁ ଆକ୍ରମଣ କରିଥିଲା । ସେହି ସମୟରେ ଭାଗିରଥିର ମା ରୋକିଥିବା ବେଳେ ନିଶାଗ୍ରସ୍ତ ଅବସ୍ଥାରେ ମାର ବେକ ଓ ଛାତିକୁ ଛୁରୀ ଦ୍ୱାରା ଆକ୍ରମଣ କରିଥିଲା ।ଘଟଣା ସ୍ଥଳରେ ମା ଉର୍ମିଳା ଗୁରୁତର ହୋଇପଡିଲେ । ପୁଲିସ ଖବର ପାଇ ସଦର ଥାନା ଅଧିକାରୀ ଶ୍ରୀ ଆଦିତ୍ୟ ନାଥ ସେଠୀଙ୍କ ନେତୃତ୍ୱରେ ଇନିସପେକ୍ଟର ଶ୍ରୀ ନିଳମ୍ବର ଦିଗାଲ,ସଞ୍ଜୟ କୁମାର ମହାନ୍ତ,ଗୃହରକ୍ଷୀ ସଦାନନ୍ଦ ସାହାଣୀ ସମେର ଘଟଣା ସ୍ଥଳରେ ପହଞ୍ଚିି ମୃତ ଉର୍ମିଳାର ଶବକୁ ଜବତ କରି ଆହାତ ମାନଙ୍କୁ ଏକ ଅଟୋ ଯୋଗେ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିଲେ । ସଙ୍ଗେ ସଙ୍ଗେ ଥାନା ଅଧିକାରୀଙ୍କ ତଦନ୍ତ ଆରମ୍ଭ କରିଦେଇଥିଲେ ରାତ୍ର ୧୨ଟାରେ ଭାଗିରଥିକୁ ଧରିବାରେ ସଫଳ ହୋଇଥିଲେ ।ନିଶାସକ୍ତ ଅବସ୍ଥାରେ ନିଜ ମାଆ କୁ ହତ୍ୟା କଲା ପରେ ମାନସିକ ଭାରସାମ୍ୟ ହରାଇ ନିଜେ ଆଘାତ କରିଥିବାରୁ ତାଙ୍କୂ ମଧ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।ଏ ନେଇ ଶ୍ରୀ ସେଠୀ ୬୭/୨୦ରେ ଏକ ମାମଲା ରଜୁ କରି ତଦନ୍ତ ଚଳାଇଥିବା ପ୍ରକାଶ କରିଛନ୍ତି ।

Comments (0)
Add Comment