ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳର ପୋଲିସ୍ ଏକ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ବିପୁଳ ବିସ୍ଫୋରକ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସପି ପ୍ରତିକ୍ ସିଂ ଙ୍କ ନିର୍ଦ୍ଦେଶରେ ଏସଓଜିର ଏକ ଟିମ୍ ଫିରିଙ୍ଗିଆ ବ୍ଳକ ସୁମରବନ୍ଧ ପଂଚାୟତ ଅନ୍ତର୍ଗତ ଜଙ୍ଗଲରେ ଗତ ୨୯ ତାରିଖରେ କୁମ୍ବିଂ ଓପରେସନ କରିଥିଲେ। ଅପରେସନ ବେଳେ ଲଦାପଦର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ। କୌଣସି ପ୍ରକାରେ ସୂଚନା ପାଇ ମାଓବାଦୀମାନେ କ୍ୟାମ୍ପ ଛାଡି ପଳାଇଥିଲେ।ପୋଲିସ୍ କ୍ୟାମ୍ପରୁ 15 କେଜି ବିସ୍ଫୋରକ,  ୨୮ ଡିଟୋନେଟର ସହ ବହୁତ ମାଓ ସାମଗ୍ରୀ,  ବ୍ଲାକ କ୍ୟାପ, ରିଚାର୍ଜଏବଲ ବେଟେରୀ,ପୋଷାକ, ମଲ୍ଟିମିଟର , ମାଓ ପତ୍ରିକା, ଲିଫଲେଟ୍ ଆଦି ଜବତ କରିଛି। ଉକ୍ତ କ୍ୟାମ୍ପରେ 20 ରୁ ଉର୍ଦ୍ଧ ଉଭୟ ମହିଳା ଓ ପୁରୁଷ ମାଓବାଦୀ ଥିବା ପୋଲିସ ସନ୍ଦେହ କରୁଥିବା ଏସପି ଶ୍ରୀ ସିଂ କହିଛନ୍ତି । ଆଗକୁ ମାଓ ସହିଦ୍ ସପ୍ତାହ ଥିବା ବେଳେ ତା ପୂର୍ବରୁ ଜିଲ୍ଲାରେ କିଛି ବଡ ଧରଣର ହାମଲା କରିବାକୁ ମାଓବାଦୀମାନେ ଯୋଜନା କରୂଥିବା ସନ୍ଦେହ କରୁଛନ୍ତି ବୋଲି ଏସପି ଶ୍ରୀ ପ୍ରତୀକ ସିଂ କହିଛନ୍ତି।

Comments (0)
Add Comment