୧୦ ବର୍ଷ ହେଲା ନଳକୂଅରେ ହୋଇପାରୁନି ଚାନ୍ଦିନୀ, ଲୋକେ ପିଉଛନ୍ତି ଦୂଷିତ ପାଣି

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦରପୁର ବାରିକ ସାହିରେ ୨୦୧୦ ମସିହାରେ ଖୋଳାଯାଇଥିବା ନଳକୂଅରେ ଚାନ୍ଦିନୀ ନିର୍ମାଣ ହୋଇପାରୁ ନଥିବାରୁ ଏହା ଚତୁଃପାଶ୍ୱର୍ରେ ପାଣି ଜମି ରହୁଛି । ସେହି ପାଣି ପରୋକ୍ଷରେ ପୁଣି ମାଟି ଭିତରକୁ ଯାଉଛି । ଏହି ନଳକୂଅର ପାଣିକୁ ସାହିବାସୀ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ସାହିବାସୀ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଆରଡବ୍ଲ୍ୟୁଏସ୍ଏସ୍ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଫଳରେ ଅସନ୍ତୋଷ ପ୍ରକାଶ ପାଉଛି । ବର୍ତ୍ତମାନ ବର୍ଷା ଋତୁ ଆସିଥିବାରୁ ଏହାର ଚତୁଃପାଶ୍ୱର୍ରେ ବହୁଳ ଭାବେ ମିଲା ପାଣି ଜମିବାର ସମ୍ଭାବନା ଥିବାରୁ ତୁରନ୍ତ ଏହାର ଚାନ୍ଦିନୀ ନିର୍ମାଣ କରାନଗଲେ ଏଥିରୁ ବ୍ୟବହୃତ ପାଣିରୁ ନାନା ରୋଗ ହେବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ, ପଞ୍ଚାୟତରେ ବିଭିନ୍ନ ଗାଁରେ ଥିବା ନଳକୂଅ ଚାନ୍ଦିନୀକୁ ମରାମତି କରାଯାଉଥିବା ବେଳେ ଏହା କାହିଁକି କରାଯାଉ ନାହିଁ ତାହା ସାହିବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଜିଲ୍ଲାପାଳ ତୁରନ୍ତ ଏହାର ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସାହିବାସୀ ଦାବି କରିଛନ୍ତି ।

Comments (0)
Add Comment