ପ୍ରଧାନପାଟ ଜଳପ୍ରପାତ କୁଣ୍ଡରେ ଖସିପଡ଼ି ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ

ଦେବଗଡ଼ : ପ୍ରଧାନପାଟ ଜଳପ୍ରପାତ ପ୍ରଥମ କୁଣ୍ଡରେ ଆଜି ପ୍ରତ୍ୟଷରୁ ଜଣେ ଯୁବକର ମୃତଦେହ ମିଳିଥିବାର ଜଣାଯାଇଛି । ପ୍ରାପ୍ତ ସୁଚନାମତେ ଦେବଗଡ଼ ପୌରପରିଷଦ ଅନ୍ତର୍ଗତ ୱାଡର଼୍ ନଂ.୩ ମଠସାହି ବାସିନ୍ଦା ସ୍ୱର୍ଗତ କ୍ରୀଷ୍ଣା ପ୍ରସାଦଙ୍କ ପୁଅ ଶୁଭମ୍ ପ୍ରସାଦ ବୋଲି ଜଣାପଡ଼ିଛି । ମୃତ ଶୁଭମ୍ ଆହ୍ଲାବାଦ ସ୍ଥିତ ଏସ୍ଏଚ୍ୟୁଏଟିଏସ୍ରେ ପ୍ରଥମ ବର୍ଷ ବି ଫାର୍ମ ଫଢ଼ୁଥିଲେ । କରୋନା ମହାମାରୀ ଯୋଗୁଁ ଶୁଭମ୍ ଦେବଗଡ଼ ଚାଲିଆସିଥିଲେ । ଗତ କାଲି ଶୁଭମ ସକାଳେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ । ଫଳରେ ଦିର୍ଘ ସମୟ ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ଫୋନ କଲେ । କିନ୍ତୁ ଶୁଭମ୍ଙ୍କର ମୋବାଇଲ ବନ୍ଦ ଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକ ଦେବଗଡ଼ ଥାନାରେ ନିଖୋଜ ଥିବାର ପୁଲିସ୍ ତଥା ସାଙ୍ଗସାଥିଙ୍କୁ ମଧ୍ୟ ଜଣାଇଁଥିଲେ । ଯୋଗାଯୋଗ ମାଧ୍ୟମରେ ଶୁଭମ୍ ଆଦିତ୍ୟ ନାମକ ଜଣେ ସାଙ୍ଗଙ୍କ ସହ ଗତକାଲି ସକାଳେ କଥାବାର୍ତା ହୋଇଥିଲେ ଓ ପ୍ରଧାନପାଟ ଜଳପ୍ରପାତ ଉପର କୁଣ୍ଡକୁ ବୁଲିଯାଇଥିବାର କିଛି ଫଟୋମଧ୍ୟ ପଠାଇଥିବାର ଜଣାଯାଇଛି । ଫଳରେ ଆଜି ସକାଳୁ ସେହି ସ୍ଥାନକୁ ପରିବାର ଲୋକ ଯାଇ ଖୋଜାଖୋଜି କରିବାରୁ କୁଣ୍ଡ ପାଣିରେ ଶୁଭମ୍ଙ୍କ ପିନ୍ଧିଥିବା ଚପଲ ଭାସୁଥିବାର ଦେଖିବାକୁ ପାଇଥିଲେ । ଏ ବିଷୟରେ ପୁଲିସ୍ ଓ ଅଗ୍ନିାମ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ୍ ପହଁଚି ଗଭୀର କୁଣ୍ଡରୁ ଶୁଭମ୍ର ମୃତଦେହ ପୁଲିସ୍ ଜବତ କରି ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିବାବେଳେ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରି ତଦନ୍ତ କରୁଛି ।

Comments (0)
Add Comment