ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁବେଳେ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସିଛି । ବହୁତ ଦିନରୁ ଜିଲ୍ଲାରେ ୧୦୦ ରୁ ଉଦ୍ଧ୍ୱର୍ ହେବ ଡାକ୍ତର ପଦବୀ ଖାଲି ପଡିଛି । ସରକାରଙ୍କୁ ବାରମ୍ବାର ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ପଦବୀ ପୂରଣକୁ ନେଇ ଅନୁରୋଧ କଲେ ମଧ୍ୟ କୋ÷÷ଣସି ଫଳ ମିଳୁନାହିଁ । ବର୍ତ୍ତମାନ ସରକାରଙ୍କ ଆମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଏତେ ବଢିଯାଇଛି ଯେ ଏଠାକାର ଡାକ୍ତରଖାନାମାନଙ୍କରେ ଖାଲିଥିବା ପଦବୀ ପୂରଣ ପରିବର୍ତ୍ତେ ଏଠାରୁ ଅନେକ ଡାକ୍ତରଙ୍କୁ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ପାଇଁ ପଠାଇ ସେଠାରେ ନିୟୋଜିତ କରାଯାଉଛି ବୋଲି ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସରକାରଙ୍କ ସ୍ପଷ୍ଟ ନିୟମ ଅଛି ଯେ, କେବିକେ ଭଳି ଅନଗ୍ରସର ଜିଲ୍ଲାମାନଙ୍କରେ କୋ÷÷ଣସି ବି କର୍ମ·ରୀଙ୍କୁ ଅନ୍ୟ ଜିଲ୍ଲାକୁ ବିନା ରିଲିଭରେ ନିଆଯାଇ ପାରିବ ନାହିଁ; କିନ୍ତୁ ବଲାଙ୍ଗିର କ୍ଷେତ୍ରରେ ବାରମ୍ବାର ତାର ବ୍ୟତିକ୍ରମ ଦେଖାଯାଉଛି । ପ·ରିଲେ କହୁଛନ୍ତି ୧୦/୧୫ ଦିନ ଭିତରେ ଏଠାରୁ ଯାଇ ଗଞ୍ଜାମରେ ନିୟୋଜିତ ଡାକ୍ତରମାନଙ୍କୁ ପୁଣି ଫେରେଇ ଅଣାଯିବ । ଏଠାରେ ମୋର ପ୍ରଶ୍ନ ଯଦି ଏହି ୧୦/୧୫ ଦିନ ଭିତରେ ଆମ ଜିଲ୍ଲାର କୋ÷÷ଣସି ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ପାଇ ମୃତ୍ୟୁବରଣ କରେ ତେବେ ଦାୟୀ କିଏ ରହିବ ? ସରକାର ଏହାର ଉତ୍ତରଦାୟିତ୍ୱ ନେବେ କି ? ତେଣୁ ସରକାର ଆମ ଜିଲ୍ଲା ପ୍ରତି ଥିବା ତାଙ୍କର ବୈମାତୃକ ମନୋଭାବକୁ ତ୍ୟାଗ କରି ଯେତେଶୀଘ୍ର ହେବ ଏଠାରୁ ଯାଇଥିବା ସମସ୍ତ ଡାକ୍ତରଙ୍କୁ ଫେରାଇ ଆଣନ୍ତୁ ଏବଂ ତା’ସହିତ ବଲାଙ୍ଗିରରେ ଖାଲିଥିବା ସମସ୍ତ ଡାକ୍ତର ପଦବୀ ପୂରଣ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ ବଲାଙ୍ଗିର ଜନସାଧାରଣଙ୍କୁ ସରକାରଙ୍କ ଏପରି ବଲାଙ୍ଗିର ପ୍ରତି ଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜାତି, ଦଳ, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଏକ ହୋଇ ବଲାଙ୍ଗିରର ସ୍ୱାର୍ଥ ପାଇଁ ସରକାରଙ୍କୁ ସମାଲୋଚନା କରିବା ସହ ଏହି ବୈମାତୃକ ମନୋଭାବ ବିରୁଦ୍ଧରେ ସ୍ୱରଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଖାନାମାନଙ୍କରେ ବହୁଦିନରୁ ୧୦୦ ରୁ ଉଦ୍ଧ୍ୱର୍ ହେବ ଡାକ୍ତର ପଦବୀ ଖାଲି ପଡିଛି । ଫଳରେ କରୋନା ମହାମାରୀ ସମୟରେ ଲୋକେ ଚିକିତ୍ସା ସୁବିଧା ନ ପାଇ ଏକ ଅଭାବନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ।