ବୌଦ୍ଧ,୯/୨- ଆଜି ଅପରାନ୍ହ ପ୍ରାୟ 2 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ମୁର୍ଶୁଣ୍ଢ1 ଗ୍ରାମ ନିକଟରେ ଗୋଟିଏ ଟାଟା ଏସିଇ ଗାଡି ଧକ୍କାରେ ଦୁଇ ଜଣ ପଥଚାରୀ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 2 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ମୁର୍ଶୁଣ୍ଢ1 ଗ୍ରାମ ନିକଟରେ ଥିବା କବାଡି ଖାନାରେ କାମ କରୁଥିବା 3 ଜଣ ଯୁବକ ରାସ୍ତା ପାର୍ଶ୍ବରେ ଚାଲି ଚାଲି ଆସୁଥିଲେ l ସମାନ ଦିଗରୁ ଆସୁଥିବା ଏକ ଟାଟା ଏସିଇ ଗାଡି ତାଙ୍କୁ ପଛ ପାଖରୁ ଧକ୍କା ଦେଇ ଥିଲା ଫଳରେ 2 ଜଣ ଯୁବକ ଗୁରୁତର ଆହତ ହୋଇଥିଲେ | ପ୍ରଥମେ ତାଙ୍କୁ ବୌଦ୍ଧ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ଗୁରୁତର ଦୁଇ ଯୁବକ ମୁର୍ଶୁଣ୍ଢ1 ଗ୍ରାମର ବାସିନ୍ଦା l ସେମାନେ ହେଲେ ବିକ୍ରମ ପାଣ୍ଡେ (19) ଓ ସରୋଜ ରାଉତ (36) ବୋଲି ଜଣାପଡିଛି l ଦୁର୍ଘଟଣା ଘଟାଇଥିବା ଗାଡି ଦୃତ ଗତିରେ ସେ ସ୍ଥାନରୁ ଚମ୍ପଟ୍ ମାରିଥିଲl ଓ ପୁରୁଣାକଟକ ପୋଲିସ ଚାରିଛକ ନିକଟରେ ଗାଡି କୁ ଅଟକାଇ ଥାନାରେ ଅଟକ ରଖି ଥିବା ଜଣାପଡିଛି l