ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟ ବିଧାନସଭାର ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏ ନେଇ ଭାରତର ନିର୍ବାଚନ କମିଶନ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ । ତେବେ ଏହା ପୂର୍ବରୁ ରାଜ୍ୟରେ କଂଗ୍ରେସ ଦୁଇଟି ବିଧାନସଭାର ଉପନିର୍ବାଚନକୁ ଆଖିରେ ରଖି ସଜବାଜ ଆରମ୍ଭ କରିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଆସନ ପାଇଁ ସଜବାଜ ହେଉଥିବା ବେଳେ ତିର୍ତ୍ତୋଲ ଆସନ ପାଇଁ ଜିଲ୍ଲାର ଏକାଧିକ ନେତା ଆଗଭର ହେଲେଣି । ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ଥିବାରୁ ତିର୍ତ୍ତୋଲ ଆସନରେ ଏବଂ ବାଲେଶ୍ୱର ଆସନରେ ଉପନିର୍ବାଚନ ହେଲେ ଏଥର କଂଗ୍ରେସ ଜିତିବ ବୋଲି କହିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି, ତିର୍ତ୍ତୋଲ ଅଞ୍ଚଳରେ ବିଶ୍ୱାଳ ପରିବାରର ପିଲାମାନେ ଢେର ଉନ୍ନତିମୂଳକ କାମ କରିଥିବାରୁ ଆସନ୍ତା ଉପନିର୍ବାଚନରେ ତାଙ୍କ ପରିବାରରୁ ଯଦି କେହି ପ୍ରାର୍ଥୀ ହୁଅନ୍ତି, ତେବେ ସେଠାରେ କଂଗ୍ରେସ ନିଶ୍ଚୟ ଜିତିବ । ଉଲ୍ଲେଖଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ବାଲେଶ୍ୱର ବିଧାନସଭା ଅସାନଟି ବିଜେପି ହାତରେ ଥିବା ବେଳେ ତିର୍ତ୍ତୋଲ ଆସନଟି ବିଜେଡ଼ି ହାତରେ ଥିଲା । ମଦନମୋହନ ଦତ୍ତ ଓ ବିଷ୍ଣୁ ଦାସଙ୍କ ମୃତ୍ୟୁ ଯୋଗୁଁ ଏହି ଦୁଇଟି ଆସନ ଏବେ ଖାଲିପଡ଼ିଛି ।

Comments (0)
Add Comment