ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାରଙ୍କ ଘୋଷଣା: ଆସନ୍ତା ୨୮ରୁ ନାମ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ମାଗଣା ଟିକା ଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜିକରଣ ଆରମ୍ଭ ହେବ । କୋଶ୍ଚିନ୍ ପୋର୍ଟାଲରେ ଦୁଇଟି ପଦ୍ଧତିରେ ପଞ୍ଜିକରଣ କରିହେବ । ପଞ୍ଜିକରଣ ଓ ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଦେଇ ବ୍ୟକ୍ତିଙ୍କୁ ଆସିବାକୁ ହେବ । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲର୍ଟ ବୁକିଂ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି କିଏ କେଉଁଠି କେତେବେଳେ ଟିକା ନେବେ ସେ ନେଇ ମେସେଜ୍ ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ସୂଚନା ଦିଆଯାଉଛି । ଏଣୁ ଏହି ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତି ୧୮/୪୪ ବର୍ଷ ବୟସ୍କ ସାମିଲ ହେବା ଉଚିତ । ପ୍ରଥମ ଡୋଜ୍ ଘରୋଇ ମେଡିକାଲରୁ ନେଇଥିଲେ ବି ଦ୍ୱିତୀୟ ଡୋଜ୍ ମାଗଣାରେ ନେଇପାରିବେ । ସେମିତି ଲୋକେ ଦ୍ୱିତୀୟ ଡୋଜ୍ ସରକାର ହସ୍‌ପିଟାଲରୁ ମଧ୍ୟ ନେଇପାରିବେ । ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ସୁସ୍ଥ ହେବାର ୪ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେଇପାରିବେ । ଅନ୍ୟପକ୍ଷରେ କରୋନା ଚିକିତ୍ସା ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି ରାଜ୍ୟରେ ଏବେ ୭୦% ବେଡ୍ ଖାଲି ରହିଛି । ଯେଉଁ ହସ୍‌ପିଟାଲରେ ବେଡ୍ ସରୁଛି ଅନ୍ୟ ଜିଲ୍ଲାକୁ ରୋଗୀଙ୍କ ପଠାଯାଉଛି । ଆମେ ଅକ୍ସିଜେନ୍ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛୁ । ଅକ୍ସିଜେନ୍ ଅଭାବ ନହେବା ପାଇଁ ସିଲିଣ୍ଡର ଭରି ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ଦିଆଯାଇଛି । ସ୍ଥିତିର ମୁକାବିଲ ପାଇଁ ବେଡ୍‌, ଅକ୍ସିଜେନ୍ ଓ ଔଷଧ ମହଜୁଦ୍ ଅଛି । ସେହିଭଳି ଅକ୍ସିଜେନ୍ ଯୋଗାଣ ନେଇ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି, ଏପର୍ଯ୍ୟନ୍ତ ଆମେ ଓଡିଶାରୁ ୬୭ ଟ୍ର‌୍ୟାଙ୍କର ଅକ୍ସିଜେନ୍ ଯୋଗାଇଛୁ । ୭ଟି ରାଜ୍ୟକୁ ୪ଦିନ ଭିତରେ ଏହି ଟ୍ୟାଙ୍କର ଗୁଡିକୁ ସ୍ପେଶାଲ କରିଡର କରାଯାଇ ପଠାଯାଇଛି । ସୀମା ପାର ଯାଏ ଆମ ପାଇଲଟିଂ ଟିମ୍ ସୁରକ୍ଷା ଯୋଗାଉଛନ୍ତି । କେବଳ ପରିବହନ ଓ ଉତ୍ପାଦନ ସୁରୁଖୁରୁରେ ହୋଇପାରିବ ସେ କଥା ସରକାରଙ୍କ ପକ୍ଷରୁ ବ୍ୟବସ୍ଥିତ କରାଯାଇଛି ।

Comments (0)
Add Comment