ପୁରୀ: ବ୍ରହ୍ମଗିରି ବହୁ ଚର୍ଚ୍ଚିତ ଚିତ୍ତରଂଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ତେବେ ପୁରୀ ମେଡ଼ିକାଲରେ ମୃତ ଚିତ୍ତରଂଜନଙ୍କ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପୁରୀ ଏଡିଏମ୍ଓଙ୍କ କହିବା କଥା ଏହି ରିପୋର୍ଟ ପୋଲିସ, କ୍ରାଇମବ୍ରାଞ୍ଚ, ଫୋରେନସିକ ଲ୍ୟାବକୁ ଦିଆଯାଇଛି । ଫୋରେନସିକ ଲ୍ୟାବର ରିପୋର୍ଟକୁ ପୋଷ୍ଟ ମର୍ଟମ ରିପୋର୍ଟରେ ମେଳ କରାଯିବ । ପରେ ସ୍ପଷ୍ଟ ହେବ ଚିତ୍ତର ମୃତ୍ୟୁ ଦୁର୍ଘଟଣାଜନିତ ନା ପାଣିରେ ବୁଡିକି ଅବା ହତ୍ୟା ହୋଇଛି ତାହା ସ୍ପଷ୍ଟ ହେବ । ତେବେ ପୁରୀ ଏଡିଏମ୍ଓ ପ୍ରଣବ ଶଙ୍କର ଦାସ କହିଛନ୍ତି ।
ମୃତ ଚିତ୍ତରଂଜନ ପଲ୍ଲେଇର ଶବ ବ୍ୟବଚ୍ଛେଦ ରିପୋର୍ଟ ଦୁଇ ଜଣିଆ ଡାକ୍ତର ଟିମ ଦ୍ୱାରା କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟରେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଉଲ୍ଲେଖ ରହିଛି । ଏହା ଦୁର୍ଘଟଣାଜନିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ପାଣି ବୁଡି ଯାଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ମଧ୍ୟ ରହିଛି । ଭିସେରା, ପୋଷ୍ଟ ମର୍ଟମ ରିପୋର୍ଟ, ରକ୍ତ ନମୁନା ପଠାଯାଇଛି । ଫୋରେନସିକ୍ ଟିମ୍ ରିପୋର୍ଟ ଆସିବା ପରେ ଫାଇନାଲ ରିପୋର୍ଟ ଜଣାପଡିବ । ସେପଟେ ଆଜି ଏହି ଘଟଣାରେ ଅଟକ ଥିବା ବ୍ୟକ୍ତି ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି ।
ଚିତ୍ତ ମୃତ୍ୟୁ ମାମଲାରେ ଅଟକ ଥିବା ଜଗନ୍ନାଥ ଷଡଙ୍ଗୀ, ସର୍ବେଶ୍ୱର ଜେନା, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଉମାକାନ୍ତ ପାଇକରାୟଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯିବ ଭୁବନେଶ୍ୱରରେ । ତେବେ ଗତ ୧୧ ତାରିଖ ଶନିବାର ଚିତ୍ତଙ୍କ ମୃତଦେହ ପୁରୀ ସଦର ଥାନା ଗଡ଼ମୃଗସିରା ବ୍ରିଜ ନିକଟ ନୂଆନଇ ନଦୀ ପଠାରୁ ପାଣି ଭିତରୁ ମିଳିଥିଲା । ପରେ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ହାତକୁ ନେଇଥିଲା । ତେବେ ଚିତ୍ତଙ୍କ ମୃତ୍ୟୁ ଘଟଣା ଦୁର୍ଘଟଣା ନା ହତ୍ୟା ଏ ନେଇ ଏକ ସପ୍ତାହ ବିତି ଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏହାର ପଛରେ ଥିବା କାରଣ ଖୁଲାସା କରି ପାରିନାହିଁ ।