କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଆଜି ବାତାଗୁଡା ସ୍ବାସ୍ଥ୍ୟ ସେବା ସେଣ୍ଟର ରେ ବଳିମାହା ଗ୍ରାମର ମାନନ୍ତି ମଲ୍ଲିକ ସ୍ବାମୀ ପ୍ରୋମେ ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ ।
ମାନନ୍ତିର ପୁତ୍ର ସନ୍ତାନଟି ଧରାପୃଷ୍ଟ କୁ ଆସିଥିଲେ। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ ଦୁଃଖର ବିଷୟ ସେହି ନବଜାତ ଶିଶୁର ଗୋଟିଏ ହାତ ନାହି। ଶିଶୁଟିର ଓଜନ ଥିଲା ୨.୮୦୦ ଗ୍ରାମ ଅଛି। ଶିଶୁଟି ସୁସ୍ଥ ସବଳ ଅଛି। ଏହି ବିଷୟ ସମାଜକୁ ଆଶ୍ଚର୍ଯ୍ୟ କରୁଅଛି, ଗୋଟିଏ ଦିନ ପୂର୍ବରୁ ବାରଖାମା ଡାକ୍ତରଖାନାରେ ଦୁଇଟି ଗୋଡ଼ ନଥିବା ଦେଖିବାକୁ ମିଳିଥିଲା । ପୁଣି ବାଟାଗୁଡା ଗ୍ରାମରେ ବାଟାଗୁଡ଼ା ପ୍ରସୂତି ଗୃହରେ ସ୍ତ୍ରୀ ଜଣକ ଏକ ଶିଶୁ ପ୍ରସବ କରିଛନ୍ତି I ଯାହାର କି ହାତ ନଥିବାର ଦେଖିବାକୁ ମିଲିଛି । ତେବେ ଏପରି କଣ ପାଇଁ ହେଉଛି କେବଳ ବାଲିଗୁଡା ଉପଖଣ୍ଡ ରେ ସମଗ୍ର ଅଂଚଳରେ ଶଙ୍କା ପଶିଛି । ଅନ୍ୟ ଗର୍ଭବତୀ ମହିଳାମାନଙ୍କ ମନରେ ଖରାପ ଭାବଧାରା ସୃଷ୍ଟି ହୋଇଛି ।