କରୋନା ଗୁଜବକୁ ନେଇ ମହିଳା ବିରୁଦ୍ଧରେ ମାମଲା ରୁଜୁ

ସମ୍ବଲପୁର : ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରରେ ଗୋଟିଏହେଲେ କରୋନା ପଜିଟିଭ ମାମଲା ଦେଖାଦେଇ ନାହିଁ ଯଦିଓ ପ୍ରତିଦିନ ଏଠାରେ ଅନେକ ଗୁଡିଏ ଟେଷ୍ଟିଂ କରାଯାଉଛି । ଏହାକୁ ନେଇ ଅନେକ ଲୋକଙ୍କ ମନରେ କୌତୁହଳ ଦେଖାଦେଇଛି । ଏହିପରି ଏକ ଘଟଣାରେ ଏଠାକାର ଏକ ସନ୍ଦିଗ୍ଧ ମାମଲାରେ ପଜିଟିଭ ବାହାରିଛି ବୋଲି ଗତକାଲି ଗୁରୁବାରଦିନ ଗୁଜବ ହୋଇଥିଲା । ଏ ବିଷୟରେ ଉତ୍ସାହ ପ୍ରଦର୍ଶନ କରି ଜଣେ ନାରୀନେତ୍ରୀ ତାଙ୍କର ଫେସବୁକ ଏକାଉଣ୍ଟରେ ପୋଷ୍ଟ କଲାପରେ ତାହା ଭାଇରାଲ ହୋଇଛି । ଏକଥା ଏଠାକାର ପୁଲିସ ସାଇବର ସେଲର ଦୃଷ୍ଟି ଆକର୍ଷଣ କଲା ଓ ଉକ୍ତ ସେଲର ସର୍ଭେଲାନସ ଟିମ ସେହି ମହିଳା ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ଏ ସଂକ୍ରାନ୍ତରେ ଭାରତୀୟ ଦଣ୍ଡବିଧିର ଧାରା ୧୮୮, ୫୦୫, ୫୪ ଓ ବିପର୍ଯ୍ୟୟ ପରିଚାଳନା ଆଇନ ଓ ସଂକ୍ରାମକ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି । ଏହି ଗୁଜବକୁ କିଛି ଲୋକ ହ୍ୱାଟ୍ସଆପ ପରି ସୋସିଆଲ ମିଡିଆରେ ଶେୟର କରିଛନ୍ତି । ପୁଲିସ ସେମାନଙ୍କୁ ଖୋଜୁଥିବା ଜଣାପଡିଛି ।

Comments (0)
Add Comment