ଭୁତ କୋଠି ସାଜିଛି ବରଗାଁ ଏ. ଏନ. ଏମ. ସେଣ୍ଟର

ବୌଦ୍ଧ,୧୧/୧୦ – କଣ୍ଟାମାଳ ବ୍ଲକ୍ ବରଗାଁ ଠାରେ ଥିବା ସ୍ୱାସ୍ଥ୍ୟ ବିଭାଗର ଏ.ଏନ. ଏମ. କେନ୍ଦ୍ରର ଅବସ୍ଥା ପ୍ରତି ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୁଏ | ଏ.ଏନ.ଏମ. କେନ୍ଦ୍ରର ସ୍ଥାୟୀ ଗୃହ ସରକାର ନିର୍ମାଣ କରିଥିଲେ ମଧ୍ୟ ଏଠାରେ ନିଯୁକ୍ତ କର୍ମଚାରୀ କେବେ ରହୁନଥିବା ଯୋଗୁଁ କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ରହିଛି | ଶିଶୁ ଓ ଗର୍ଭବତୀଙ୍କୁ କେବଳ ଟିକାକରଣ ଦିନ କିଛି ସମୟ ଖୋଲା ଯାଇ ସବୁବେଳେ କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକେ ଆବଶ୍ୟକ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୁଏ | କେନ୍ଦ୍ର ପରିସର ଅପରିଷ୍କାର ଓ ଗଛଲତାରେ ପରିପୂର୍ଣ୍ଣ ହୋଇ ରହିଛି | କେନ୍ଦ୍ର ମଧ୍ୟକୁ ଯିବା ପାଇଁ ଲୋକେ ଭୟ କରୁଛନ୍ତି |
ଜିଲ୍ଲାପାଳ ଓ ସିଡିଏମଓ ଏ ଦିଗରେ ଦ୍ରୁଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି |

Comments (0)
Add Comment