ଲୋକନାଥ ହତ୍ୟାକାଣ୍ଡ ମାମଲା, ଗୃହ ବିଭାଗକୁ ଚିଠି ଲେଖିଲେ ଜିଲ୍ଲାପାଳ

ବୌଦ୍ଧ,୧୪/୮ – କଣ୍ଟାମାଳ ଥାନା ଖମନମୁଣ୍ଡା ଗ୍ରାମ ପଂଚାୟତର ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଜେପିର ସିବିଆଇ ଦାବି ସଂପର୍କରେ ଜିଲ୍ଲାପାଳ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ଗତକାଲି ଚିଠି ଲେଖିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତକଙ୍କ ପରିବାର ଓ ବିଜେପି ପକ୍ଷରୁ ଲୋକନାଥ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ । ଏ ଦାବିରେ ବିଜେପି କଣ୍ଟାମାଳ ଥାନା ଓ ବୌଦ୍ଧ ଏସପି ଅଫିସ୍‌ ଆଗରେ ଧାରଣା ମଧ୍ୟ ଦେଇଥିଲା । ବିଜେପି ନେତାଙ୍କ ସହ ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ଆଲୋଚନା କରି ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସେହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ବିଜେପି ତରଫରୁ ଦିଆଯାଇଥିବା ଦାବିପତ୍ରକୁ ପଠାଇ ଦେଇଥିବା ଜଣାପଡିଛି ।

Comments (0)
Add Comment