ବୌଦ୍ଧ,୧୦/୯- ମୋ ସରକାର ଯୋଜନାରେ ବୌଦ୍ଧ ସହର ପୁରୁଣା ଜେଲ୍ କୋଠା ପରିସରରେ ଗୋଟିଏ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ବିଶ୍ରାମ କକ୍ଷ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି l ଏଥିପାଇଁ ଗତ 4 ତାରିଖ ଦିନ ଅପରାନ୍ହ 5 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ନିର୍ମାଣ ପୂର୍ବ ପ୍ରସ୍ତୁତିର ସମୀକ୍ଷା ଅନୁଷ୍ଠିତ ହୋଇ ଯାଇଛି l ପ୍ରାୟ 10. 445 ଏକର ଜମିରେ ନିର୍ମିତ ହେବାକୁ ଥିବା 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ରୋଗୀଙ୍କ ଆଟେଣ୍ଡାଣ୍ଟ ବିଶ୍ରାମ କକ୍ଷକୁ ଜାତୀୟ ରାଜପଥ 57 ଠାରୁ ସଂଯୋଗ ରାସ୍ତା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ କିଭଳି ହୋଇ ପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଉକ୍ତ ବୈଠକରେ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା କୋଠାବାଡି, ଫୁଲବାଣୀ, ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ, ବୌଦ୍ଧ, ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ ବୌଦ୍ଧ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ, ଡି. ଏଫ. ଓ. ବୌଦ୍ଧ, ସହକାରୀ ଯନ୍ତ୍ରୀ ପୂର୍ତ୍ତ, ସହକାରୀ ଯନ୍ତ୍ରୀ ସହରାଞ୍ଚଳ ପାନୀୟ ଜଳ ଯୋଗାଣ, ତହସିଲଦାର ବୌଦ୍ଧ, ସହକାରୀ ଯନ୍ତ୍ରୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରମୁଖ ଯୋଗ ଦେଇଥିଲେ |