ସଖୀ ୱାନଷ୍ଟପ ସେଣ୍ଟର ତରଫରୁ କରୋନା ସଚେତନତା

ମାରାତ୍ମକ ରୋଗ କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିଲା।ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭୁତାଣୁର ସଂକ୍ରମଣକୁ ଗୁରୁତ୍ୱର ସହ ଗ୍ରହଣ କରୁଥିବା ବେଳେ ଏଥିରେ ଉତ୍ପନ୍ନ କରୁଥିବା ସମ୍ଭ।ଵ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ସଖୀ ୱାନଷ୍ଟପ ସେଣ୍ଟର ଓ ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ବି ସୀତାପୁର ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ସାବୁନରେ ହାତ ଧୋଇବା, ମୁହଁକୁ ବାରମ୍ବାର ସ୍ପର୍ଶ ନକରିବା କାଶିବା,ଛିଙ୍କିବା ସମୟରେ ମୁହଁକୁ କାନିରେ ରୁମାଲରେ କହୁଣୀରେ ଘୋଡାଇବା,ଥଣ୍ଡା କାଶ ହେଉଥିବା ଲୋକଙ୍କ ଠାରୁ ଏକ ମିଟର ଦୂରତାରଖିବା ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନାହିଁ ଅତ୍ୟନ୍ତଆବଶ୍ୟକ ନ ଥିଲେ ବାହାରକୁ ଯାତ୍ରା କରିବା ନାହି ବୋଲି କୁହାଯାଇଥିଲା ମହିଳା ମାନଙ୍କ ସୁରକ୍ଷା ଦିଗରେ ସଖୀ ୱାନଷ୍ଟପ ସେଣ୍ଟରରୁ ପୋଲିସ ସହାୟତା, ଆଇନଗତ ସହାୟତା, ଡାକ୍ତର ସହାୟତା ଏବଂ ଆଶ୍ରୟ, ମନସ୍ତ।ତ୍ଵିକ ଓ ସାମାଜିକ ପରାମର୍ଶ ସଂପର୍କରେ ଆଲୋଚନା କରିଥିଲେ। ଲକ ଡାଉନ ସମୟରେ ମହିଳା ଓ ଶିଶୁକନ୍ୟା ଉପରେ ଘଟୁଥିବା ପାରିବାରିକ ହିଂସା ବଳାତ୍କାର ଯୌନଉତ୍ପଡ଼ନ ଶୋଷଣ,ସାଇବର କ୍ରାଇମ ଓ ଯୌତୁକ ନିର୍ଯ୍ୟାତନା ଉପରେ ଆଲୋଚନା କରାଯାଇ ସଖୀ ୱାନଷ୍ଟପ ସେଣ୍ଟର ର ଉଦ୍ୟେଶ ସଂପର୍କରେ ବୁଝାଇ ଦିଆ ଯାଇଥିଲା।କରୋନା ରୋଗକୁ ନେଇ ଅଯଥା ଭୟଭୀତ ହେବା ଅନୁଚିତ ବୋଲି ସୂଚନା ଦିଆଯାଇ ଥିଲା ।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ପରିଚାଳିକା ଭାଗ୍ୟ ଲକ୍ଷ୍ମୀ ନାୟକ, କାଉଁସିଲର ମିନା କୁମାରୀ ଟହଲ,ଶ୍ରୀ ଦେବୀ,ମଞ୍ଜୁଳା ଚୌଧୁରୀ ପୁଷ୍ପ ଲତା ପାଇଲା,ଚାଇଡ଼ ଲାଇନର ଗଙ୍ଗା ଧର ଶବର ସଲମନ ମଲ୍ଲିକ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା,କେ ବିଜୟଲକ୍ଷ୍ମୀ ପଦ୍ମାବତୀ ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ 5 ଜଣିଆ ସଦସ୍ୟ ବିଶିଷ୍ଟ 2ଟି ଦଳ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସଚେତନତା ସୃଷ୍ଟି କରୁଛନ୍ତି।

Comments (0)
Add Comment