ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼

ଦାରିଙ୍ଗବାଡି :ଦାରିଙ୍ଗବାଡି ବ୍ଲକ ନିବାସୀ ଯୁବରାଜ ଅଧିକାରୀ ଙ୍କ ଘର ବାଡ଼ି ରେ ଏକ ବିରଳ ବ୍ରହ୍ମକମଳ (ପାରିଜାତ)ଫୁଲ ଗତକାଲି ରାତିରେ ଫୁଟିଛି l ଏହି ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ l ଏହି ବିରଳ ଫୁଲ ଫୁଟିଥିବା ନେଇ ଅଂଚଳରେ ଖବର ବ୍ୟାପିବା ପରେ ବହୁ ସଂଖ୍ୟାରେ ଲୋକ ଏହି ଫୁଲ କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ l ଘର ମାଲିକ ଯୁବରାଜ ଅଧିକାରୀ ଏହି ବ୍ରହ୍ମ କମଳ ଫୁଲ ଗଛଟି କୁ ଅତି ଯତ୍ନର ସହିତ ଦେଖାରଖା କରୁଥିବା ବେଳେ ଏବେ ଏହି ବିରଳ ଫୁଲ ଏକା ଥରକେ ୩/୪ଟି ଫୁଟିଥିବାରୁ ଖୁବ ଆନନ୍ଦ ପ୍ରକାଶ କରିଛନ୍ତି l

Comments (0)
Add Comment