ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମର ଆଞ୍ଚଳିକ ମହାବିଦ୍ୟାଳୟରେ ଥିବା ଅନ୍ତେବାସୀମାନେ କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନାରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ସଙ୍ଗରୋଧ କେନ୍ଦ୍ରରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କିଟ୍ ଆଜିଯାଏଁ ସରପଞ୍ଚ ପ୍ରଦାନ କରିନଥିବା ଓ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗକରି ଅନ୍ତେବାସୀମାନେ କେନ୍ଦ୍ରର ଫାଟକ ପାଖକୁ ଆସି ପ୍ରତିବାଦ କରିଥିଲେ ।
ବିଭିନ୍ନ ବାହାର ରାଜ୍ୟରୁ ଆସି ହରଭଙ୍ଗା କ୍ୱାରେଣ୍ଟାଇନ ସେଣ୍ଟରରେ ୭୨ଜଣ ଅନ୍ତେବାସୀ ରହୁଛନ୍ତି । ସେମାନେ ରାସ୍ତାକୁ ଆସି ହୋହଲ୍ଲା କରିବାଯୋଗୁଁ ରାସ୍ତାରେ ଯାଆସ କରୁଥିବା ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ହରଭଙ୍ଗା ପୋଲିସ ସେମାନଙ୍କୁ ବୁଝାସୁଝା କରିଥିବାବେଳେ ଏବେ ମଧ୍ୟ ଉତ୍ତେଜନ ଥମିନଥିବା ଜଣାପଡିଛି ।