ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଳର ସାଢେ ଦଶଟି ଜିଲ୍ଲାର ଅଧିକାର ଏବଂ ସ୍ୱତନ୍ତ୍ର ରାଜ୍ୟ ପାଇଁ ଲଢେଇ କରୁଥିବା ବିଭିନ୍ନ ସଂଗଠନ ଏବଂ ନେତୃତ୍ୱକୁ ଏକତ୍ରୀତ କରି ସମନ୍ୱୟ ଏବଂ ସହମତି ତିଆରି କରିବା ପାଇଁ ଯୋଜନା କରାଯାଉଥିବା ନେଇ ଆଜି ସାମ୍ବାଦିକ ସମ୍ମିଲନୀରେ କୁହାଯାଇଛି । ଏଥିପାଇଁ ଗୋଟିଏ ମାସ ସବୁ ଜିଲ୍ଲାର ଅଧିକାର ପାଇଁ ଲଡୁ ଥିବା ସକ୍ରିୟ ସଂଗଠନ ଏବଂ ଅଲଗା ରାଜ୍ୟ ଆନ୍ଦୋଳନ କରୁଥିବା ସଂଗଠନ ଏବଂ ନେତୃବର୍ଗଙ୍କୁ ନିମନ୍ତ୍ରଣ କରି ସମ୍ବଲପୁରରେ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଏକ ଆଲୋଚନା ସମାବେଶର ଆୟୋଜନ କରିବା ପାଇଁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସୁଚନା ଦିଆଯାଇଛି । ସମାବେଶରେ ସବୁ ପକ୍ଷ ନିଜର ମତ ରଖିବା ସହ ନେତୃବର୍ଗ ସମାଧାନ ପାଇଁ ପ୍ରସ୍ତାବ ରଖିବେ । ଏହି ସମାବେଶ ଆଗାମୀ ଦିନରେ ପଶ୍ଚିମାଞ୍ଚଳ ବାସୀଙ୍କ ପାଇଁ ଅଧିକାର ପାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଆଜିକାର ସାମ୍ବାଦିକ ସମ୍ବିଲନୀରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର କାର୍ଯ୍ୟକ୍ରମ ସଂଯୋଜକ ଡ.ପ୍ରମୋଦ ରଥ ପ୍ରାରମ୍ଭିକ ସୁଚନା ଦେଇଥିବା ବେଲେ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପଶ୍ଚିମାଞ୍ଚଲ ଏକତା ସମାବେଶ ଉପରେ ଆଲୋକପାତ କରିଥିଲେ । ଆବାହକ ଭବାନୀଶ ଭୋଇ ସବୁ ସଂଗଠନ ମାନଙ୍କୁ ନେଇ ହେବାକୁ ଥିବା ଏକତା ସମାବେଶର ରୁପରେଖ ଉପରେ ଆଲୋଚନା କରିଥିଲେ । ସାମ୍ବାଦିକ ସମ୍ବିଲନୀରେ ମହିଳା ସଂଯୋଜକା କାନ୍ତି ମେହେର ଉପସ୍ଥିତ ରହିଥିବା ବେଲେ ମଞ୍ଚ ର ସମ୍ବଲପୁର ଶାଖା ସଂଯୋଜକ ଲଲିତ ମୋହନ ବେବର୍ତ୍ତା, ସସ୍ମିତ କୁମାର ପଣ୍ଡା ଓ ରାହୁଲ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ଭାଷା ସାହିତ୍ୟ ସଂଯୋଜିକା ପଙ୍କଜିନି ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ପଶ୍ଚିମଞ୍ଚଲ୍ ଏକତା ମଞ୍ଚ ଏହି ଅଞ୍ଚଳର ଏକ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୂପେ ପରିଚିତ ଓ ସମଗ୍ର ପଶ୍ଚିମାଞ୍ଚଲକୁ ଏକତା ବନ୍ଧନରେ ବାନ୍ଧିବା ଦିଗରେ କାର୍ଯ୍ୟ କରିଆସୁଛି । ଏହା ସହିତ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର କରିବା, ମାଟିରର ବରପୁତ୍ର ବରପୁତ୍ରଙ୍କୁ ଯଥୋଉଚିତ୍ ସମ୍ମାନ ପ୍ରଦାନ ପାଇଁ କାର୍ଯ୍ୟ କରିବା, ଅଞ୍ଚଳବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ, ସମାଜସେବା କାର୍ଯ୍ୟ କରିବା ଭଳି ଅନେକ କାର୍ଯ୍ୟକ୍ରମ ବିଗତ ଦଶ ବର୍ଷ ହେବ ହାତକୁ ନେଇଆସିଛି ।
ଗୋଟିଏ ପଟେ ଅଗଷ୍ଟ ୧ ସମ୍ବଲପୁରୀ ଦିନ୍, ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଭଳି ସାଂସ୍କୃତିକ ଉଲଗୁଲାନର କାର୍ଯ୍ୟକ୍ରମ କରି ସମ୍ବଲପୁରୀ ଭାଷା ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ପଟେ ପଶ୍ଚିମାଞ୍ଚଲରେ ହାଇକୋର୍ଟର ପ୍ରତିଷ୍ଠା ଦାବୀ, ବରଗଡ଼ଠାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ, ପ୍ରିପେଡ ସ୍ମାର୍ଟ ଇଲେକ୍ଟ୍ରିକାଲ ମିଟରକୁ ବିରୋଧ, ଗଙ୍ଗାଧର ମେହେର ଜୁନିୟର କଲେଜରେ ଅଧ୍ୟାପକ ନିଯୁକ୍ତି, ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ଆର.ଡି.ସି ଅଧିନକୁ ଆଣିବା, ଭଳି ଅନେକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିଛି । ସେ ବିଶ୍ୱ ମହାମାରୀ କରୋନ ସମୟରେ ଖାଦ୍ୟ ବଣ୍ଟନ ହେଉ କି ରକ୍ତ ଅଭାବ ସମୟରେ ରକ୍ତଦାନ ଶିବିର ଆୟୋଜନ କରିବା ହେଉ କିମ୍ବା ପ୍ରକୃତି ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉ ସବୁଥିରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ନିଜର ସକାରାତ୍ମକ ଓ ଗଠନାତ୍ମକ ଭୂମିକା ଗ୍ରହଣ କରିଛି ।
ପଶ୍ଚିମାଞ୍ଚଲର ସୁନ୍ଦର ଉଦ୍ୟାନରେ ପ୍ରଷ୍ପୁଟିତ ଭିନ୍ନ ଭିନ୍ନ ପୁଷ୍ପ ରୂପୀ ଜିଲ୍ଲା ମାନଙ୍କୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ସୂତାରେ ପୁଷ୍ପମାଳ ଗୁନ୍ଥି ମାଁ ସମଲେଶ୍ୱରୀଙ୍କ ଚରଣସେବା ରେ ଅର୍ପଣ କରିବା ହେଉଛି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚର ମୂଳ ଲକ୍ଷ୍ୟ ଉଦ୍ଦେଶ୍ୟ ।
ସମଗ୍ର ପଶ୍ଚିମାଞ୍ଚଲକୁ ଏକତାର ସୂତ୍ରରେ ବାନ୍ଧି ପଶ୍ଚିମାଞ୍ଚଲର ସାମଗ୍ରିକ ଓ ସମତୁଲ ବିକାଶ କରିବା ଓ ପଶ୍ଚିମାଞ୍ଚଲବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢେଇ କରିବା ହେଉଛି ପଶ୍ଚିମାଞ୍ଚଲ ଏକତା ମଞ୍ଚର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।
ଭିନ୍ନ ଭିନ୍ନ ସମୟରେ ରେ ଅଲଗା ଅଲଗା ପ୍ରସଙ୍ଗକୁ ନେ଼ଇ ଅତୀତରେ ପଶ୍ଚିମାଞ୍ଚଲ ର ଭିନ୍ନ ଭିନ୍ନ ଜିଲ୍ଲା ଭିତରେ ମତାନ୍ତର ଦେଖିବାକୁ ମିଳିଛି । ସମ୍ବଲପୁର ଆଇ.ଆଇ.ଏମ୍ ପ୍ରତିଷ୍ଠା ଦାବୀ ଓ ବରଗଡ କେନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବୀ ର ପ୍ରସଙ୍ଗ ରେ ସମଗ୍ର ପଶ୍ଚମାଞ୍ଚଲରେ ଏକତାର ଐତିହାସିକ ଉଦାହରଣ ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ପଶ୍ଚିମାଞ୍ଚଲରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ହେଉ କି ଆଲଗା ରାଜ୍ୟର ନାଁ ଆଦି ପ୍ରସଙ୍ଗରେ ମତାନ୍ତର ଦେଖିବାକୁ ମିଳୁଛି । ଯାହାର କ୍ଷତି ପଶ୍ଚିମାଞ୍ଚଲବାସୀଙ୍କୁ ଭୋଗିବାକୁ ପଡୁଛି । ଏହା ସହ ସାମାଜିକ ଗଣମାଧ୍ୟମରେ ନିଜ ନିଜ ଭିତରେ ଆଶାଳୀନ ଭାଷାର ପ୍ରୟୋଗ ଓ ଅଭଦ୍ର ଶବ୍ଦରେ ଗାଳିଗୁଳଜ ପର୍ଯ୍ୟନ୍ତ କଥା ଯାଉଛି । କିଛି ବର୍ଷ ହେବ ବିଭିନ୍ନ ପ୍ରସଙ୍ଗ ରେ ପଶ୍ଚିମାଞ୍ଚଲ ଭିତରେ ଏକତାର ଅଭାବ ସ୍ପଷ୍ଟ ବାରି ହୋଇ ପଡୁଛି ।
ସେଥିପାଇଁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଳର ସାଢେ ଦଶଟି ଜିଲ୍ଲାର ଅଧିକାର ଏବଂ ସ୍ୱତନ୍ତ୍ର ରାଜ୍ୟ ପାଇଁ ଲଢେଇ କରୁଥିବା ବିଭିନ୍ନ ସଂଗଠନ ଏବଂ ନେତୃତ୍ୱକୁ ଏକତ୍ରୀତ କରି ସମନ୍ୱୟ ଏବଂ ସହମତି ତିଆରି କରିବା ପାଇଁ ଯୋଜନା କରାଯାଉଥିବା ନେଇ ସାମ୍ବାଦିକ ସମ୍ମିଲନୀରେ କୁହାଯାଇଛି । ଏଥିପାଇଁ ଗୋଟିଏ ମାସ ସବୁ ଜିଲ୍ଲାର ଅଧିକାର ପାଇଁ ଲଢୁ ଥିବା ସକ୍ରିୟ ସଂଗଠନ ଏବଂ ଅଲଗା ରାଜ୍ୟ ଆନ୍ଦୋଳନ କରୁଥିବା ସଂଗଠନ ଏବଂ ନେତୃବର୍ଗଙ୍କୁ ନିମନ୍ତ୍ରଣ କରି ସମ୍ବଲପୁରରେ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଏକ ଆଲୋଚନା ସମାବେଶର ଆୟୋଜନ କରିବା ପାଇଁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସୁଚନା ଦିଆଯାଇଛି । ସମାବେଶରେ ସବୁ ପକ୍ଷ ନିଜର ମତ ରଖିବା ସହ ନେତୃବର୍ଗ ସମାଧାନ ପାଇଁ ପ୍ରସ୍ତାବ ରଖିବେ । ଏହି ସମାବେଶ ଆଗାମୀ ଦିନରେ ପଶ୍ଚିମାଞ୍ଚଳ ବାସୀଙ୍କ ପାଇଁ ଅଧିକାର ପାଇବା ଦିଗରେ ସଫଳ ହେବ ବୋଲି କୁହାଯାଉଛି ।