ଯାତ୍ରୀ ପ୍ରତୀକ୍ଷାଳୟକୁ ପ୍ରଶାସନର ଦୃଷ୍ଟି କେବେ ?

ପାଟଣାଗଡ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବେଲପଡା ମୁଖ୍ୟରାସ୍ତା ବେଲପଡାଠୁ ମାତ୍ର କିଲୋମିଟର ମୁଣ୍ଡୋଦର୍ହ ଛକ । ଏଠି ଯାତ୍ରୀ ବିଶ୍ରାମଗାରଟିଏ ରହିଛି । ହେଲେ ଏହି ରାସ୍ତା ଦେଇ ଅନେକ ନେତା ଅଫିସରମାନେ ଯିବାଆସିବା କରିଥାନ୍ତି । ଉଣା ଅଧିକେ ଜିଲ୍ଲାରୁ ପଞ୍ଚାୟତ ଯାଏଁ ଏହି ଗାଁର ବସଷ୍ଟାଣ୍ଡକୁ ଜାଣନ୍ତି । ବଡବଡିଆ ଅଧିକାରୀମାନେ ମଧ୍ୟ ରାସ୍ତା ଦେଇ ଯାଆସ କରିଥାନ୍ତି । ଏହି ଯାତ୍ରୀ ପ୍ରତୀକ୍ଷାଳୟଟି ଅତି ଶୋଚନୀୟ ଅବସ୍ଥାରେ ପଡିରହିଥିବା ପ୍ରଶାସନର ଦୃଷ୍ଟିକୁ ଆସୁନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି । ଏବେ ବର୍ଷା ମାସ ହେବାରୁ ଟିକିଏ ବର୍ଷା ହେଲେ ଲୋକେ ଆଶ୍ରୟ ନେବାକୁ ଏ ବିପଦପୂର୍ଣ୍ଣ ଯାତ୍ରୀ ପ୍ରତୀକ୍ଷାଳୟରେ ବର୍ଷାପାଣିରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଉଛନ୍ତି । ଛାତରୁ ଲୁହାଛଡ ବାହାରି ଫାଟି ଆଁ କରିଛି । ହେଲେ ମଧ୍ୟ ଲୋକେ ଆଶ୍ରୟ ନେଉଛନ୍ତି, କେତେବେଳେ ଅଘଟଣ ଘଟିବା ଆଶଙ୍କା ରହିଛି । ତେଣୁ ଏହାର ମରାମତି ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରୁଛନ୍ତି ।

Comments (0)
Add Comment