ସାଂଘାତିକ ହେଉଛି ରାଜ୍ୟରେ କରୋନା ସ୍ଥିତି : ପୁଣି ୬୧୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଂଚଳରେ ସଟଡାଉନ ଘୋଷଣା କରୁଥିଲେ ମଧ୍ୟ ତାହା ସ୍ଥିତିକୁ ସୁଧାରିବାରେ ସଫଳ ହୋଇପାରୁନାହିଁ । ଆଜି ପୁଣି ରାଜ୍ୟରେ ୬୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୦୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର ମାଧ୍ୟମରେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପଜିଟିଭମାନଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୪, ବାଲେଶ୍ୱର ଜିଲ୍ଲାରୁ ୬୧, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ୨, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୨, ଗଞ୍ଜାମ ଜିଲ୍ଲାରୁ ୨୮୬, ଜଗତସିଂହପୁର ଜିଲ୍ଲାରୁ ୨୬, ଯାଜପୁର ଜିଲ୍ଲାରୁ ୫, ଝାରସୁଗୁଡା ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୯, କେନ୍ଦୁଝର ଜିଲ୍ଲାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୧୦୭, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନାଗିରି ଜିଲ୍ଲାରୁ ୧୩, ମୟୁରଭଞ୍ଜ ଜିଲ୍ଲାରୁ ୨୧, ନୟାଗଡ ଜିଲ୍ଲାରୁ ୧୫, ପୁରୀ ଜିଲ୍ଲାରୁ ୫, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ୧୦ ଓ ସୁନ୍ଦରଗଡ ଜିଲ୍ଲାରୁ ୧୫ ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୪୮୯୮ିିିିକୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯୮୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୯୩୩ଜଣ ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ଜଣ ସୁସ୍ଥ ହୋଇଛନ୍ତି ।

Comments (0)
Add Comment