ପାଞ୍ଚ ଦିନ ହେଲା ଅନ୍ଧାରରେ ୭୦ ପରିବାର

ବୌଦ୍ଧ :କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମର ୭୦ ଗୋଟି ବିପିଏଲ୍‌. ପରିବାର ଗତ ପାଞ୍ଚ ଦିନ ଧରି ଅନ୍ଧାରରେ ଥିବା ଅଭିଯୋଗ ହୋଇଛି । ଲମ୍ବସରୀ ଗ୍ରାମର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କୁ ସରକାର ବିଦ୍ୟୁତ ଯୋଗାଇ ଦେବା ପାଇଁ ଗ୍ରାମରେ ଏକ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ ଅବହେଳା ଓ ବିଭାଗୀୟ ରକ୍ଷଣାବେକ୍ଷଣ ଅଭାବରୁ ନିୟମିତ ବିଦ୍ୟୁତ ଯୋଗାଣ ସବୁବେଳେ ପ୍ରଭାବିତ ହୋଇ ଆସୁଛି । ଗତ ପାଞ୍ଚ ଦିନ ତଳେ ଟ୍ରାନ୍ସଫର୍ମର ସହ ବସିଥିବା ଫ୍ୟୁଜ ବକ୍ସର ତାର ଗୁଡିକ ପୋଡି ଯାଇଥିବା ଯୋଗୁଁ ୭୦ ପରିବାର ଅନ୍ଧାରରେ ଅଛନ୍ତି । ଏ ସମ୍ପର୍କରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ତୁରନ୍ତ ଏ ସମ୍ପର୍କରେ ବିଦ୍ୟୁତ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Comments (0)
Add Comment