ଶ୍ରୀମନ୍ଦିର ଖୋଲିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର : ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ପୁରୀର ଜଣେ ଶ୍ରଦ୍ଧାଳୁ ଓଡିଶା ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବାକୁ ସେ ତାଙ୍କର ଆବେଦନରେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଧାର୍ମିକ ପୀଠ ବନ୍ଦ ରଖାଯାଇଛି । ତେବେ ଏହାକୁ ଆଉ ଅଧିକ ଦିନ ବନ୍ଦ ନରଖି ଖୋଲିଦେବାକୁ ଏବଂ କେନ୍ଦ୍ର ସରକାରଙ୍କ ଅନଲକ ୩.୦ ଗାଇଡଲାଇନକୁ ପାଳନ କରି ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବା ପାଇଁ ପିଟିସନରେ ସେ ଦର୍ଶାଇଛନ୍ତି । ସେହିପରି କାକଟପୁର ମା ମଙ୍ଗଳା ପୀଠର ୧୫ଜଣ ସେବାୟତ ମଧ୍ୟ ମଙ୍ଗଳା ମନ୍ଦିର ଖୋଲିବା ପାଇଁ ପିଟିସନ ଦାୟର କରିଛନ୍ତି । ସାଧାରଣ ଦର୍ଶନ ପାଇଁ ମା ମଙ୍ଗଳା ମନ୍ଦିର ଖୋଲିବାକୁ ସେମାନେ ନିବେଦନ କରିଥିବା ବେଳେ ଯଦି ସରକାର ମନ୍ଦିର ନ ଖୋଲନ୍ତି ତେବେ ସେମାନଙ୍କୁ ମାସିକ ୧୫ହଜାର ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

Comments (0)
Add Comment