ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ ବୋଲି ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜିର ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇନାହିଁ । କୋଭିଡ ଟେଷ୍ଟରୁ ଜଣେ ମୃତକଙ୍କ ନମୂନା ନେଗେଟିଭ ବୋଲି କୁହାଯାଇଛି । ଗଞ୍ଜାମରେ ଦୁଇଜଣଙ୍କର କରୋନା ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ସୂଚନା ଦିଆଯାଇଥିଲା । ଅନ୍ୟ ପକ୍ଷରେ ଆଜି ରାଜ୍ୟରେ ନୂଆ ୯୧ଜଣ କରୋନା ସଂକ୍ରମିତ(ପଜିଟିଭ) ଚିହ୍ନଟ ହୋଇଛନ୍ତି ।