ରକ୍ତଦେଇ ୪ ବର୍ଷ ବୟସର ଥାଲାସେମିଆଁ ରୋଗୀର ଜୀବନ ବଞ୍ଚାଇଲେ ପୁଲିସ ଯବାନ

ଫୁଲବାଣୀ:କନ୍ଧମାଳ ପୁଲିସ୍ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ରୋନିତ୍ କୁମାର ବେହେରା ଜଣେ ୪ ବର୍ଷର (ଥାଲାସେମିଆଁ ରୋଗୀ) ଶିଶୁକୁ ରକ୍ତଦେଇ ଜୀବନ ବଂଚାଇଛନ୍ତି । କନେଷ୍ଟବଳ ଶ୍ରୀ ବେହେରା ଫୁଲବାଣୀ କୋଭିଡ଼୍ ହସପିଟାଲ୍‌ରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ତେବେ ଏହି ସମୟରେ ନିକଟରେ ଥିବା ଶିଶୁ ବିଭାଗରେ ଏକ ୪ ବର୍ଷର ଶିଶୁ ଥାଲାସେମିଆଁ ଯୋଗୁଁ ଗୁରୁତ୍ୱର ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଲକ୍‌ଡ଼ାଉନ୍ ଯୋଗୁଁ ବର୍ତ୍ତମାନ ରକ୍ତଭଣ୍ଡାରରେ ରକ୍ତର ଅଭାବ ରହିଛି । ତେବେ ୪ ବର୍ଷର ଶିଶୁ ସୁଧିର ପ୍ରଧାନଙ୍କ ବାପା ଓ ଅନ୍ୟଜଣେ ସମ୍ପର୍କୀୟ ମାନେ ଜଣେ ରକ୍ତଦାତାଙ୍କୁ ଖୋଜୁଥିବା ବେଳେ ସେମାନଙ୍କର ସାକ୍ଷାତ ସେଠାରେ ଡିଉଟି କରୁଥିବା ରୋନିତଙ୍କ ସହିତ ଭେଟ ହୋଇଥିଲା । କନେଷ୍ଟବଳ ଜଣକ ଶିଶୁର ବାପାଙ୍କୁ ଦେଖି କଣ ହୋଇଛି ବୋଲି ପଚାରିବା ପରେ ସେ ରକ୍ତର ଆବଶ୍ୟକତା ସଂପର୍କରେ କହିଥିଲେ । ଏହା ଶୁଣି କନେଷ୍ଟବଳ ଜଣକ ଡିଉଟିରେ ଥିଲେ ମଧ୍ୟ ଶିଶୁର ଜୀବନ ବଂଚାଇବାକୁ ଗୁରୁତ୍ୱ ଦେଇ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କୁ ସୁରକ୍ଷା ଦାୟିତ୍ୱରେ ରଖି ସଙ୍ଗେ ସଙ୍ଗେ ଯାଇ ରକ୍ତଦାନ କରିଥିଲେ । । ପ୍ରକାଶଯେ, ଶିଶୁ ଜଣକ କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିଦୁବା ଗ୍ରାମର ଏବଂ ରକ୍ତଦେଇ ଜୀବନ ବଂଚାଇଥିବା କନେଷ୍ଟବଳ ଜଣକ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଜିରିଙ୍ଗିପଡ଼ାର ବୋଲି ଜଣପଡିଛି ।

Comments (0)
Add Comment