ଆଇସକ୍ରିମ୍‌ କାଠିରେ ଅଲିମ୍ପିକ୍ସ ଷ୍ଟାଡିୟମ

ପୁରୀ : ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରା ଅଲମ୍ପିକ । ଏଥିରେ ସାରା ବିଶ୍ୱ ରୁ ପ୍ରତିଯୋଗୀ ସାମିଲ ହେବେ । ଭାରତରୁ ମଧ୍ୟ ଏଥିରେ ବିଭିନ୍ନ ବର୍ଗର ଖେଳରେ ପ୍ରତିଯୋଗୀମାନେ ସାମିଲ ହେବ । ତେବେ ଏହି ଅବସରରେ ପୁରୀ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ଆଇସକ୍ରିମ କାଠିରେ ଅଲିମ୍ପିକ୍ସ ଷ୍ଟାଡିୟମ ପ୍ରତିକୃତି ତିଆରି କରି ଭାରତୀୟ ଟିମକୁ ଶୁଭେଚ୍ଛା ଦେଇଛନ୍ତି । ପାରା ଅଲମ୍ପିକ ରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରୁ ଓ ଅନେକ ମେଡାଲ ଜିତୁ ବୋଲି ତାଙ୍କର ଶୁଭେଚ୍ଛା ବାର୍ତ୍ତା ରହିଛି । ୭ ଶହ ୭୫ ଟି ଆଇସିକ୍ରିମ କାଠିରେ ୨ ଦିନ ଲାଗି ବିଶ୍ୱଜିତ ଏହି ନିଆରା କଳାକୃତିଟି କରିଥିବା ବେଳେ ଏହା ବେଶ ଚର୍ଚ୍ଚାର ବିଷୟ ହୋଇଛି । ପୁରୀର କୁମୁଟିପାଟଣାର ବାସିନ୍ଦା ବଳରାମ ନାୟକଙ୍କ ପୁଅ ହେଉଛନ୍ତି ବିଶ୍ୱଜିତ ନାୟକ । ଇଂଜିନିୟରିଂ ଛାତ୍ର ବିଶ୍ୱଜିତ ପୂର୍ବରୁ ଆଇସକ୍ରିମ କାଠିରେ ଅନେକ ଆକର୍ଷଣୀୟ କଳାକୃତି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ସାରିଛନ୍ତି ।

Comments (0)
Add Comment