ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଚାଚାରିନ୍ ସ୍ୱାଇଁ କୌଣସି କାରଣ ନଥାଇ ହଠାତ୍ ସଟ୍ଡାଉନ୍ ଘୋଷଣା କରିଥିଲେ । ଏ ବିଷୟରେ ବଡ଼ଚଣା ବ୍ଲକ ବିଡ଼ିଓ ସୁଙ୍ଗୁଡ଼ା ସରପଞ୍ଚଙ୍କୁ କୈଫୟତ ତଲବ ମାଗିଥିଲେ । ଯାହା ସରକାରଙ୍କ ନିୟମ ଓ ବ୍ୟବସ୍ଥା ରହିଛି ତାହାକୁ ନେଇ କାର୍ଯ୍ୟ କରିବାକୁ ଆମକୁ ଆଦେଶ ଓ ନିର୍ଦ୍ଦେଶ ରହିଛି ବୋଲି ରୋକଠୋକ୍ ବଡ଼ଚଣା ବିଡ଼ିଓ ସୁଙ୍ଗୁଡ଼ା ସରପଞ୍ଚଙ୍କୁ ଜଣାଇଥିଲେ । ମହାମାରୀ କରୋନାକୁ ମୁକାବିଲା ।ପଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ଯେଉଁ କ୍ଷମତା ଦେଇଛନ୍ତି ତାହାକୁ ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଣବ୍ୟବହାର କରୁଛନ୍ତି । ଯାହାକି ସ୍ଥାନୀୟ ସୁଙ୍ଗୁଡା ଗ୍ରାମ ପଞ୍ଚାୟତବାସୀ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି । ଏ ବିଷୟରେ ଆମେ ଜାଣିବାକୁ ବଡ଼ଚଣା ବିଡ଼ିଓ ଅଜିତ୍ ଗିରିଙ୍କୁ ପଚାରିଥିଲୁ । ସେ ରୋକ୍ଠୋକ୍ କହିଥିଲେ, ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତରେ ସଟ୍ଡାଉନ୍ ହେବାର କୌଣସି କାରଣ ନାହିଁ । ଏହି ଅଞ୍ଚଳରେ କୌଣସି କରୋନା ସଂକ୍ରମିତ ନାହାନ୍ତି କି କୌଣସି ସଂକ୍ରମିତଙ୍କର ସଂସ୍ପର୍ଶରେ ଆସିନାହାନ୍ତି । ବିନା କାରଣରେ ସାଧାରଣ ଲୋକଙ୍କୁ ଭୟଭୀତ କରିବା ଏବଂ ତାଙ୍କର ଜୀବନଜୀବିକା ଉପରେ ଖେଳିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ।