ରାସ୍ତାରେ ଫସିଲା 108, ରୋଗୀ ଆସିଲେ ବୁହାହୋଇ

ବୌଦ୍ଧ,୨୭/୯ – ବୌଦ୍ଧ ଜିଲ୍ଲାରେ ରାସ୍ତା ବାଟର ଅବସ୍ଥା ଯାହା ହୋଇଛି ନ କହିବା ଭଲ l ଜିଲ୍ଲାର ଅର୍ଦ୍ଧାଧିକ ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ମଧ୍ୟ ପାରୁନାହିଁ l ଆଜି ସକାଳ 8 ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତର ଟିଲାଟିଙ୍ଗା ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ନ ପାରିବା ଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଟିଲାଟିଙ୍ଗା ଗ୍ରାମର ହରିଜନ ସାହିର ଜଣେ ଗୁରୁତର ରୋଗୀଙ୍କୁ ଆଣିବା ପାଇଁ ମନମୁଣ୍ଡାରୁ 108 ଆମ୍ବୁଲାନସ୍ ଆଜି ସକାଳେ ଯାଇଥିଲା l ରାସ୍ତାରେ 108 ଆମ୍ବୁଲାନସର ଚକ ଦବି ଯାଇଥିଲା l ଫଳରେ ପ୍ରାୟ ଅଧା କିଲୋମିଟର ରାସ୍ତା ରୋଗୀଙ୍କୁ ତିନି ଜଣ ଲୋକ ମିଶି ବୋହି ଆଣିବାକୁ ପଡିଥିଲା l ଲୋକେ ଅନେକ ସମୟ ଧରି ଚେଷ୍ଟାକରି ଆମ୍ବୁଲାନସକୁ କାଦୁଅରୁ ଉଠାଇଥିଲେ l କେବଳ ଆଜିର ଘଟଣା ନୁହେଁ ଜିଲ୍ଲାର ଅନେକ ଗ୍ରାମକୁ ରୋଗୀ ଆଣିବାକୁ ଯିବାବେଳେ ଆମ୍ବୁଲାନସ ଏ ଭଳି ସମସ୍ୟାର ସମ୍ମୁଖିନ୍ନ ହେଉଥିବା ଦେଖିବାକୁ ମିଳୁଛି l ଆଉ ଆମ୍ବୁଲାନସ୍ ଯାଏଁ ରୋଗୀକୁ ବୋହିବାର ଦୃଶ୍ୟ ବୌଦ୍ଧ ଜିଲ୍ଲାରେ ସାଧାରଣ ଘଟଣାରେ ପରିଣତ ହୋଇଛି |

Comments (0)
Add Comment