୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟିକାକରଣ ଅଭିଯାନ ଶୁଭାରମ୍ଭ

ପୁରୀ: ଜିଲ୍ଲାରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କରୋନା ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬୧ ହଜାର ୫୫୬ଜଣ ପିଲାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଆସନ୍ତା ଏକ ମାସ ମଧ୍ୟରେ ଏହି ବର୍ଗର ସମସ୍ତଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । କରୋନା ମହାମାରୀକୁ ପ୍ରତିହତ କରିବାକୁ ଏଭଳି ପଦକ୍ଷେପ ନିଆଯାଉଛି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡିପିଏମ ଟି. ନରାୟଣ ରାଓ,ଡିପିଏମ ସୁଦାମ ମହାରଣା, ଏପିଏମ ସନ୍ତୋଷ କୁମାର ମିଶ୍ର, ପ୍ରଶାନ୍ତ କୁମାର ବରାଳ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment