ଭୁବନେଶ୍ୱର : ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ଗୁରୁତର ଭାବେ ଅସୁସ୍ଥ ହୋଇଥିବା ଜଣାପଡିଛି । ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହୃଦଘାତ ଯୋଗୁଁ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟଅବସ୍ଥା ଗତ ୨ରୁ ୩ ମାସ ହେଲାଣି ବିଗିଡି ଯାଇଥିଲା । ତେଣୁ ସେ ହାଇଦ୍ରାବାଦରେ ଥିବା ତାଙ୍କ ଝିଅଙ୍କ ପାଖକୁ ଯାଇଥିଲେ । ସେଠାରେ ସେ ଚିକିତ୍ସିତ ହେଉଥିଲେ । ଏହାର ଭିତରେ ତାଙ୍କ ଏକ ଅପରେସନ ହୋଇଥିଲା । ସେ ସେଥିରୁ ମଧ୍ୟ ଆସ୍ତେ ଆସ୍ତେ ସୁସ୍ଥ ହେବାକୁ ଗତି କରିଥିଲେ । କିନ୍ତୁ ଗତ ଦୁଇତିନି ଦିନ ମଧ୍ୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା । ସେ ଏବେ ଭେଣ୍ଟିଲେଟରର ଚିକିତ୍ସିତ ହେଉଥିବା ତାଙ୍କର ଧର୍ମପତ୍ନୀ ତନ୍ଦ୍ରା ରାୟ ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ।