ସୁବର୍ଣ୍ଣପୁର :ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, ୬ ସୁସ୍ଥ ପରେ ପୁଣି ୫ ଆକ୍ରାନ୍ତ

ସୋନପୁର : କରୋନାକୁ ନେଇ ଲୋକଙ୍କ ମନରୁ ଆତଙ୍କ ସଂପୂର୍ଣ୍ଣ ଭାବେ ହଟିବା ନା ନେଉନାହିଁ ।ଗତ କିଛି ଦିନ ହେଲା ଜିଲ୍ଲାରେ ନୂତନ ସଂକ୍ରମିତ ଠାବ ହୋଇନଥିବାବେଳେ ଗତକାଲି ଜିଲ୍ଲାର ଡୁଙ୍ଗୁରିପାଲି ଅଞ୍ଚଳରେ ପୁଣି ଗୋଟିଏ ଦିନରେ ୫ଜଣ ସଂକ୍ରମିତ ହେବା ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆକ୍ରାନ୍ତ ସମସ୍ତ ୫ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଯୋଗୁଁ ସେମାନେ କାହାସହ ମିଳାମିଶା କରିଥିଲେ ସେସବୁ ଖୋଜି ବାହାର କରିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉକ୍ତ ଅଞ୍ଚଳରେ ଏକ ଭୟ ଓ ଆତଙ୍କ ର ବାତାବରଣ ଖେଳିଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରେ ପୁର୍ବରୁ ଚିହ୍ନଟ ହୋଇଥିବା ୫ବର୍ଷର ଶିଶୁ କନ୍ୟାଙ୍କ ମାଁ ସଂକ୍ରମିତ ହୋଇଥିବା ବେଳେ ଜଣେ ୪୩ବର୍ଷର ପୁରୁଷ ଓ ଅନ୍ୟ ୩ଜଣ କେବଳ ମହିଳା ଚିହ୍ନଟ ହୋଇଛନ୍ତି । ସେହିପରି ପୁର୍ବରୁ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ଜଣ ସୁସ୍ଥ ହୋଇଥିବା ବେଳେ ଉକ୍ତ ପରିବାର ର ଆଉ ଜଣେ ସଂକ୍ରମିତ ହୋଇଛନ୍ତି ।

Comments (0)
Add Comment