ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ବିଶ୍ୱ ଯୁବ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ବିଶ୍ୱ ଯୁବ ଦିବସ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କୃଷିମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଯୁବକଯୁବତୀମାନେ ଆମ ଦେଶ ଓ ବିଶ୍ୱର ଭବିଷ୍ୟତ ଏବଂ ଆଜିର ଯୁବଗୋଷ୍ଠୀଙ୍କୁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେବା ସହିତ ଏଭଳି କାର୍ଯ୍ୟକ୍ରମ ପାଇଁ ବିଶ୍ୱ ଓଡିଆ ମହାସଂଘର ସଭାପତି ଡା. ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ ।


ସମ୍ମାନିତ ଅତିଥି ଭାବେ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ଯୁବକଯୁବତୀମାନଙ୍କୁ କିପରି ଭାବରେ ଆଗକୁ ବଢିବେ ଉପଦେଶ ଦେଇଥିଲେ । ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ମୋ ପରିବାର ସଦସ୍ୟ ଶ୍ରୀମତୀ ଡେଜାଲିନ୍ ମହାପାତ୍ର ଯୋଗ ଦେଇ ବିଶ୍ୱ ଓଡିଆ ମହାସଂଘ ସଭାପତି ଡା. ସୁରେନ୍ଦ୍ର ନାଥ ମହାପାତ୍ର କହିଥିଲେ ଯୁବକଯୁବତୀ ହେଉଛନ୍ତି ଭାରତ ଓ ବିଶ୍ୱର ପ୍ରଦୀପ ସଦୃଶ ଗୋଟିଏ ପ୍ରଦୀପ ଅନେକ ପ୍ରଦୀପକୁ ଆଲୋକିତ କରିପାରିବ । ଘନ ଅନ୍ଧକାରକୁ ଦୂର କରିପାରିବ ଯୁବଶକ୍ତି ଜାଗରଣ ହେଲେ, ଦେଶ ଦୁନିଆ ବିଶ୍ୱର କଲ୍ୟାଣ ହୋଇପାରିବ ଯୁବଶକ୍ତି ମଧ୍ୟ ସେମାନଙ୍କର କାର୍ଯ୍ୟ ଶୈଳୀକୁ ଠିକ୍ ଭାବରେ ତୁଲେଇବା ଦରକାର ଯାହା ତାଙ୍କ ନିଜିର ଉନ୍ନତି ହେବା ସହିତ ଦେଶ ଓ ବିଶ୍ୱର ଉନ୍ନତି ହୋଇପାରିବ । ଏହି କାର୍ଯ୍ୟକ୍ରମରେ ବିଶ୍ୱଓଡିଆ ମହାସଂଘର ପ୍ରକାଶ ରଂଜନ ମଲ୍ଲିକ, ସଂଜୟ ମହାକୁଡ, ରାମକୃଷ୍ଣ ପାଢୀ, ରୁଦ୍ର ନାରାୟଣ ଦାଶ, ସୋସିଆଲ ମିଡିଆ ସଂଯୋଜକ ସୌମ୍ୟସରିତ ରାଜସିଂହ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment