ଦୁର୍ଦ୍ଦିନରେ ଗ୍ରାମାଞ୍ଚଳର ଅଟୋ ଚାଳକ, ସହାୟତା ଦାବି

ବୌଦ୍ଧ:ଲକଡାଉନ ଯୋଗୁଁ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି ଗ୍ରାମାଞ୍ଚଳର ଅଟୋ ଚାଳକ । ଋଣ ଆଣିଥିବାରୁ କିଭଳି କିସ୍ତି ବାନ୍ଧିବେ ସେଥିପାଇଁ ଚିନ୍ତାରେ ପଡିଛନ୍ତି । ଘର ଚଳାଇବା ପାଇଁ ହାତରେ ଟଙ୍କାଟେ ନଥିବା ବେଳେ ବିଭିନ୍ନ ଘରୋଇ ଅର୍ଥଲଗାଣ ସଂସ୍ଥା କିସ୍ତି ପାଇଁ କରୁଛି ହଇରାଣ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨ରୁ ଅଧିକ ଯାତ୍ରୀ ବସାଇ ହେବନାହିଁ ଅଟୋରେ । ଏଣେ ଲକଡାଉନ ପାଇଁ ଘରୁ କେହି କୁଆଡେ ବାହାରୁନାହାନ୍ତି ।

ଏଥିପାଇଁ ଅଟୋ ଚାଳକମାନଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ବୌଦ୍ଧ ବ୍ଲକର ଉପାନ୍ତ ଅଂଚଳ ବଘିଆପଡା ଓ ଟିକରପଡା ଗ୍ରାମ ପଞ୍ଚାୟତର ଅଟୋମାଲିକ ମାନେ ଏକତ୍ରିତ ହୋଇ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ବୈଠକ କରି ସେମାନଙ୍କ ପରିବାରକୁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଥିବା ଜଣାପଡିଛି ।

Comments (0)
Add Comment