ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଗତ ଦୁର୍ଗାପୂଜାଠାରୁ ଧିରେ ଧିରେ କମୁଥିଲେ ମଧ୍ୟ ହଜାର ତଳକୁ ଖସୁନାହିଁ । ପ୍ରତ୍ୟେକ ଦିନ ହଜାରେ ଉପରକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୩୮୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯୮ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୫୮୭ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୨୭୪ ଥିବା ବେଳେ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୨ ହଜାର ୦୭୩ ଜଣ । ଏବେ ସକ୍ରିୟ ଅଛନ୍ତି ୧୩ ହଜାର ୭୭୦ଜଣ ଆକ୍ର।।ନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ୧୩୮୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮୮,ବାଲେଶ୍ୱରରୁ ୩୬, ବରଗଡରୁ ୫୫, ଭଦ୍ରକ ୩୧, ବଲାଙ୍ଗୀରରୁ ୭୭, ବୌଦ୍ଧରୁ ୪, କଟକରୁ ୧୦୯, ଦେଓଗଡରୁ ୮, ଢେଙ୍ଗାନାଳରୁ ୩୩, ଗଜପତିରୁ ୩, ଗଞ୍ଜାମରୁ ୨୩, ଜଗତସିଂହପୁରରୁ ୫୦, ଯାଜପୁରରୁ ୨୩, ଝାରସୁଗୁଡାରୁ ୨୯, କଳାହାଣ୍ଡିରୁ ୫୦, କନ୍ଧମାଳରୁ ୧୧, କେନ୍ଦ୍ରାପଡାରୁ ୪୨, କେନ୍ଦୁଝରରୁ ୫୭, ଖୋର୍ଦ୍ଧାରୁ ୧୫୯, କୋରାପୁଟରୁ ୨୮, ମାଲକାନଗିରି ୨୩, ମୟୁରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୧, ନୟାଗଡରୁ ୩୨, ପୁରୀରୁ ୩୫, ନୂଆପଡାରୁ ୮୮, ରାୟଗଡାରୁ ୧୦, ସମ୍ବଲପୁରରୁ ୩୦, ସୋନପୁରରୁ ୫, ସୁନ୍ଦରଗଡରୁ ୯୧ ଏବଂ ଷ୍ଟେଟ ପୁଲରୁ ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment