ମାୟାବତୀ ନଦୀରୁ ଅଜଣା ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ଼ : ପାଟଣାଗଡ଼ ସହରକୁ ଦେଇ ଲମ୍ବି ଯାଇଥିବା ମାୟାବତୀ ନଦୀ କୂଳର ବରପଦର ପିଏଚ୍‌ଡି ପାଣି ଟାଙ୍କି ନିକଟରେ ଏକ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହି ଶବ କାହାର କେଉଁଠି ଆସିଲା ତାହା ଜଣାପଡି ନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ତଦନ୍ତ ଚଳାଇଥିବା ଜଣାପଡୁଛି । ଶବ ଦୁଇରୁ ତିନ ଦିନ ହେବ ଅନୁମାନ କରାଯାଉଥିବା ବେଳେ ଅନୁମାନ ବୟସ ୧୨ରୁ ୧୪ ବର୍ଷ ମଧ୍ୟରେ ବୋଲି ଜଣାପଡୁଛି । ଆଜି ସକାଳ ସମୟରେ ନଦୀ ଶୁଅରେ ଭାସୁଥିବା ଅଜଣା ଯୁବତୀର ଗଳିତ ଶବ ସ୍ଥାନୀୟ ବରପଦର ଗାଁର କିଛି ଲୋକ ଦେଖି ପୁଲିସକୁ ଫୋନ କରିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚିଲେ ଶବକୁ ଉଦ୍ଧାର କରିଥିଲେ । ପୋଲିସ ଘଟଣା ତଦନ୍ତ କରୁଥିବା ଜଣାପଡିଛି ।

Comments (0)
Add Comment