ବାଲିଗୁଡ଼ା: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ,ନଗର ଉନ୍ନୟନ, ପାନୀୟଜଳ, ଆଇନ୍ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ବାଲିଗୁଡ଼ାର ଆରାଧ୍ୟ ଦେବୀ ମା’ପାଟ୍ଟଖଣ୍ଡାଙ୍କ ନିକଟରେ ନଗର ବିଜେଡ଼ି ପକ୍ଷରୁ ସମୁହ ଦୀପଦାନ କରାଯାଇଛି । ନଗର ସଭାପତି ସେଖ୍ ସାଦିକଙ୍କ ନେତୃତ୍ୱରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ମନ୍ଦିରରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏଥିରେ ବରିଷ୍ଠ ବିଜେଡି ନେତା ସତ୍ୟନାରାୟଣ ପାଢ଼ୀ, ବରିଷ୍ଠ ଆଇନଜୀବି ସୁଧାଂଶୁ ମୋହନ ପତି, ଅବନୀ କୁମାର ପଟ୍ଟନାୟକ, ଅନିଲ କୁମାର ଲେଙ୍କାଙ୍କ ସମେତ ବାଲିଗୁଡ଼ା ଏନ୍ଏସିର ସମସ୍ତ ୱାର୍ଡର କର୍ମକର୍ତ୍ତା ଉପସ୍ଥିତ ରହି ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ । ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।