ଗଞ୍ଜାମ : ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଏକ୍ସ ବୋର୍ଡ ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ମଞ୍ଜୁଳା କୁମାରୀ ଆଚାର୍ଯ୍ୟ (୫୧) ଆଜି ନିଜ ପୁଅର ସ୍କୁଟି (ଓଡି୦୭୫୦୩୪୮)ରେ ସ୍କୁଲକୁ ଯାଇଥିବା ବେଳେ ଜାତୀୟ ରାଜପଥ (୧୬)ର ଜଷ୍ଟିଙ୍ଗ ଛକ ଠାରେ ଏକ ବାଇକ ଆସି ତାଙ୍କ ସହ ବାଡେଇ ହୋଇ ଯାଇଥିଲା । ଫଳରେ ଶିକ୍ଷୟିତ୍ରୀ ଓ ତାଙ୍କ ପୁଅ ଆହତ ହୋଇପଡ଼ିଥିଲେ । ସେହି ରାସ୍ତାରେ ରୋଗୀଙ୍କୁ ଧରି ଯାଉଥିବା ଏକ କାର ଆହତଙ୍କୁ ନେଇ ଗଂଜାମ ମେଡିକାଲ, ପରେ ଛାତ୍ରପୁର ମେଡ଼ିକାଲ ଚିକିତ୍ସା ପାଇଁ ନେଇଥିଲା । ପୁଅଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ମାଆ ମଞ୍ଜୁଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ଶିକ୍ଷୟିତ୍ରୀଙ୍କ ଘର ଗଞ୍ଜାମ ସହର ସ୍ଥିତ ବ୍ରାହ୍ମଣଢାମଣା ସାହି ହୋଇଥିବା ବେଳେ ବର୍ତ୍ତମାନ ସେ ଛତ୍ରପୁରରେ ରହୁଥିଲେ ।ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ