ଭିବି ଜି ରାମ ଜି ବିଲ୍‌ର ଉପକାରିତା ବିଷୟରେ କହିଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ କଲେ ସିଧା ଟାର୍ଗେଟ୍

ଭୁବନେଶ୍ୱର,୬।୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ । ତେବେ ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ କରିଛନ୍ତି । ନିକଟରେ ଏହି ବିଲ୍ ଆଇନରେ ପରିଣତ ହୋଇଥିବା ବେଳେ ଭିବି ଜି ରାମ ଜି ବିଲ୍‌ର ଉପକାରିତା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବିରୋଧୀଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ କରିଛନ୍ତି । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ପାଖରେ ପହଞ୍ଚୁ ନଥିଲା । ୨୦୦୯ରେ ଏହି ଯୋଜନାରେ ମହାତ୍ମା ଗାନ୍ଧିଙ୍କ ନାମ ଯୋଡ଼ା ଯାଇଥିଲା । ୨୦୦୯ ପରଠାରୁ ଯୋଜନା ନାଁ ଏମଜିଏନଆରଇଜି ହୋଇଥିଲା । ପୂର୍ବ ସରକାର ମହାତ୍ମା ଗାନ୍ଧିଙ୍କ ନାଁ ଯୋଡ଼ିଲେ ହେଲେ ଲୋକଙ୍କୁ ସେହି ହିସାବରେ ସଫଳତା କିନ୍ତୁ ମିଳିଲା ନାହିଁ । ସରକାର ଏହାକୁ ଗୁରୁତର ସହ ନେଇ ଭିବି ଜି ରାମ ଜି ଆଇନ ଆଣିଛନ୍ତି । ଭିବି ଜି ରାମ ଜି ବିଲ୍‌ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ବୋଲି ସେ କହିଛନ୍ତି ।

Comments (0)
Add Comment