ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ମୋହନର ପାଦ ପରୀକ୍ଷା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର୍‌ ପଞ୍ଚାୟତର ରାବଣଗୁଡ଼ା ଗାଁର ବଳରାମ ମାଝୀଙ୍କ ୮ ବର୍ଷ ର ପୁଅ ମୋହନ ମାଝୀ ଙ୍କ ଦୁଇଟି ଗୋଡ଼ ଉପଯୁକ୍ତ ଚିକିତ୍ସ ଅଭାବରୁ ପିଲାଟି ଦିନରୁ କାମ କରୁନଥିବାରୁ ବାଡିର ସହାୟତା ନେଇ ସ୍କୁଲ ଯିବାଆସିବା କରୁଥିଲେ । ସେ ବର୍ତ୍ତମାନ ତୃତୀୟ ଶ୍ରେଣୀରେ ଅଧ୍ୟୟନରତ । ଭିନ୍ନକ୍ଷମ ମୋହନ ମାଝୀଙ୍କ ଏ ଖବର ଜିଲ୍ଲା ପ୍ରଶାସନର ନଜରକୁ ଆସିଲା ମାତ୍ରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ତୁରନ୍ତ ରାବଣଗୁଡ଼ା ଗ୍ରାମକୁ ଯାଇ ମୋହନ ମାଝୀଙ୍କ ପରିବାର ସହିତ ମୋହନର ଆବଶ୍ୟକ ଚିକିତ୍ସା କିପରି କରାଯାଇ ପାରିବ ସେ ସଂପର୍କରେ କଥାବାର୍ତ୍ତା କରି ମୋହନକୁ ଜିଲ୍ଲାମୁଖ୍ୟ ଚିକିତ୍ସା ଲୟରେ ଥିବା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ଅଣାଯାଇ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ମୋହନ ର ପାଦ ପରୀକ୍ଷା କରା ଯାଇଥିଲା ।ମୋହନ ପିଲାଟି ଦିନରୁ ସେରିପଳାର୍ପଲ୍ସି ରୋଗରେ ଆକ୍ରାନ୍ତ ଥିବା ଡାକ୍ତର କହିଥିଲେ ଏବଂ ସେ ରେଗୁଲାର ଆବଶ୍ୟକ ଫିଜୋଥେରପି ଚିକିତ୍ସ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଭଲ ହେବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ମୋହନକୁ ପ୍ରୋସ୍‌ଥେଟିକ ବ୍ୟବହାର ପାଇଁ ପ୍ରଦାନ କରିଥିଲେ ଏବଂ ମୋହନ କିପରି ଭିନ୍ନକ୍ଷମରୁ ପୂର୍ଣ୍ଣକ୍ଷମ ଶୀଘ୍ର ହୋଇପାରିବ ଆଶୁ ଆରୋଗ୍ୟ କାମନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କର୍ମଚାରୀ, ବିଶେଷଜ୍ଞ ଡାକ୍ତରଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ସାଧୁବାଦ୍‌ ଜଣାଇଥିଲେ ।

Comments (0)
Add Comment