ମମିତାଙ୍କ ପରିବାରକୁ ଭେଟିଲା ବିଜେପି ଟିମ୍‌, କାନ୍ଦି ପକାଇଲେ ମମିତାଙ୍କ ବାପା

ଭୁବନେଶ୍ୱର: ମହାଲିଙ୍ଗ କଲୋଜର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ମାମଲାରେ ଥମୁନି ଝଡ । ଏଥିପାଇଁ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍‌ ପହଞ୍ଚିଛନ୍ତି । ମମିତାଙ୍କ ଗାଁ’ରେ ପହଞ୍ଚି ତାଙ୍କ ପରିବାର ସହ ବିଜେପି କର୍ମୀମାନେ ଆଲୋଚନା କରିଛନ୍ତି ।
ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପଚାରିଥିଲେ । ଏହି ସମୟରେ ମମିତାଙ୍କ ବାପା କାନ୍ଦି ପକାଇଥିଲେ । କିଭଳି ନିଜ ଝିଅକୁ ବିଭତ୍ସ ଭାବେ ଗୋବିନ୍ଦ ସାହୁ ହତ୍ୟା କରିଥିଲା, ତାହା କହିବାବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ । ଏହା ସହିତ ମମିତାଙ୍କ ହତ୍ୟାକାରୀ ଗୋବୀନ୍ଦ ସାହୁଙ୍କ ଫାଶି ଦାବି କରିଥିଲେ ।
ଏହି ୧୫ଜଣିଆ ଟିମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସ୍ଥାନୀୟ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୂର୍ବତନ ଡିଜପିି ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, କେଭି ସିଂଦେଓ, ମୋହନ ମାଝି, ମୁକେଶ ମାହାଲିକ, କନକ ବର୍ଦ୍ଧନ ସିଂଦେଓଙ୍କ ସହ ପ୍ରମୁଖ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment