ଫୁଲବାଣୀ: ରାଜ୍ୟ ପଞ୍ଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦୃଦ ରୋଗରେ ଆକ୍ରାନ୍ତ ହୋଇ ଶନିବାର ଦିନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମନ୍ତ୍ରୀଙ୍କର ଆଶୁ ଆରୋଗ୍ୟ କାମନକରି କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପକ୍ଷରୁ ସ୍ଥାନୀୟ ଦଧିବାବନ ମନ୍ଦିରରେ ରବିବାର ସନ୍ଧ୍ୟାରେ ସମୂହ ଦୀପଦାନ ସହ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନିର୍ଦ୍ଦେଶରେ ବିଜେଡ଼ିର ନଗର ସଭାପତି ସୁଧିର କହଁର, ବିଜେଡି ଜିଲ୍ଲା ସମ୍ପାଦକ କମଳ କୁମାର ବେହେରା, ବିଜେଡ଼ି,ଅସୀମ ପ୍ରହରାଜ, ଶିବ ପ୍ରସାଦ ତ୍ରିପାଠୀ, ରାଜେନ୍ଦ୍ର କୁମାର ପାଢୀ,ଜିଲ୍ଲା ଛାତ୍ର ସଭାପତି ସୁନୀଲ କୁମାର ସେଠୀ, ଧନଞ୍ଜୟ ପାତ୍ର, ପଞ୍ଚାନନ କହଁର, ଦାରୁଣ ବେହେରା,ଓ ବିଜେଡ଼ିର ମହିଳା ଶାଖା ନମିତା ବେହେରା, ଚିନ୍ତାମଣି ଦାଶ୍ ଓ ଅନେକ ବିଜେଡି କର୍ମୀ ଯୋଗଦେଇ ଦୀପଦାନ ସହ ଶୀଘ୍ର ସୁସ୍ଥ ହେବା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।