ଲଣ୍ଡନ : ଅକ୍ଟୋବର ୧୬ ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଇଂଲଣ୍ଡ ସେମାନଙ୍କର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚ଼ରଙ୍କୁ ସ୍ଥାନ ମିଳିନାହିଁ । ଆହତ କାରଣରୁ ସେ ଦୀର୍ଘ ସମୟ ଧରି ଦଳ ବାହାରେ ରହିଛନ୍ତି । ତାଙ୍କ ଜାତୀୟ ଦଳ ଏବଂ ଦି ହଣ୍ଡ୍ରେଡରେ ଖରାପ ପ୍ରଦର୍ଶନ କରୁଥିବା ଜେସନ ରୟ ୧୫ ଜଣିଆ ଦଳରେ ସ୍ଥାନ ପାଇନାହାନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଟି -୨୦ ଡେବ୍ୟୁ କରିଥିବା ଫିଲ୍ ସଲ୍ଟକୁ ଇଂଲଣ୍ଡ ବିଶ୍ୱକପ ଦଳରେ ସ୍ଥାନ ଦେଇଛି । ୨୦୨୧ ମସିହାରେ ସଂଯୁକ୍ତ ଆରବ ଏମିରେଟ୍ସରେ ଟି -୨୦ ବିଶ୍ୱକପର ଶେଷ ସଂସ୍କରଣ ପରଠାରୁ, ରୟ ୧୧ଟି ଟି-୨୦ ଖେଳି ୨୦୬ ରନ୍ ସ୍କୋର କରିଥିଲେ ।
ଟି -୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଦଳ:
ଜୋସ୍ ବଟଲର୍ (ଅଧିନାୟକ), ମୋଏନ୍ ଅଲି, ଜୋନାଥନ୍ ବେୟାରଷ୍ଟୋ, ହ୍ୟାରି ବ୍ରୁକ୍, ସାମ୍ କୁରାନ୍, କ୍ରିସ୍ ଜୋର୍ଡାନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ ମାଲାନ, ଆଦିଲ ରସିଦ, ଫିଲ୍ ସଲ୍ଟ, ବେନ ଷ୍ଟୋକ୍ସ, ରିସ ଟୋପଲି, ଡେଭିଡ ୱିଲି, କ୍ରିସ ୱାକସ, ମାର୍କ ଉଡ ।