ଆର୍ଥିକ ସଙ୍କଟ ପାଇଁ ଯୁବକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗାଁରେ ହେମସାଗର ପରାଭୁଏ (୩୫)ଆର୍ଥିକ ସଙ୍କଟ ଓ ପରିବାର ପ୍ରତିପୋଷଣ ଚିନ୍ତାରେ ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଯୁବକ ଜଣକ ଚଳିତ ବର୍ଷ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିଯାଇଥିଲେ । ସେଠାରୁ ଫେରିବା ପରେ ମାନସିକ ଚାପ ଥିଲେ । ପରିବାରିକ ବୋଝ ସାଙ୍ଗକୁ ଆର୍ଥିକ ସଙ୍କଟ ଲାଗି ରହିଥିଲା । ହେମସାଗରଙ୍କୁ ନିଜର ଦୁଇଟି ସ୍ତ୍ରୀ ୬ ଟି ସନ୍ତାନ ଭରଣ ପୋଷଣ ଚିନ୍ତା ସବୁବେଳେ ଘାରିଥିଲା । ଆର୍ଥିକ ସଙ୍କଟ ଓ ପରିବାର ପ୍ରତିପୋଷଣ ଚିନ୍ତା ହିଁ ତାଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ହେମସାଗର ମୃତ୍ୟୁ ପରେ ତାଙ୍କର ଦୁଇପତ୍ନୀ ସତ୍ୟଭାମା ଓ ସବ୍ୟା ସମତେ ୩ଟି ଝିଅ ଏବଂ ୩ଟି ପୁଅ ଏବେ ଅସହାୟ ହୋଇପଡିଛନ୍ତି । ମୃତକ ଜଣକ ଗରିବ ଖଟିଖିଆ ପରିବାରର ହୋଇଥିବା ବେଳେ ହେମସାଗର ହିଁ ପରିବାର ପ୍ରତିପୋଷଣ ଚିନ୍ତା କରୁଥିଲେ । ଆର୍ଥିକ ସଙ୍କଟ ଦୁଶ୍ଚିନ୍ତରେ ହେମସାଗରଙ୍କ ଅକାଳ ମୃତ୍ୟୁ ହୋଇଛି । ଖବର ପାଇଁ ହରିଶଙ୍କର ପାଣ୍ଡି ଅଧିକାରୀ ସେବନ କେରକେଟା, ଏସପି ଠାକୁର ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ପଠାଇଥିବା ଜଣାପଡିଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ମହରାପଦର ପଞ୍ଚାୟତ ସରପଞ୍ଚ ନଳିନୀ ମେହେର ଘଟଣାସ୍ଥଳକୁ ପହଞ୍ଚି ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ଅନ୍ତର୍ଗତ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

Comments (0)
Add Comment