କୃମିନାଶକ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

ନାଇକେନପାଲି : ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୃମିନାଶକ କାର୍ଯ୍ୟକ୍ରମ ପାଇଁ ଅର୍ଦ୍ଧ ଦିବସୀୟ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ, ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଫାର୍ମାସିଷ୍ଟଙ୍କୁ ଆଗାମୀ କୃମିନାଶକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ କୃମିନାଶକ ଔଷଧ ସେବନ ଦ୍ୱାରା ପିଲାଙ୍କୁ ରକ୍ତହୀନତା ଏବଂ ଅପପୁଷ୍ଟିରୁ ରକ୍ଷା କରାଯାଇ ପାରିବ । ଏହା ସହିତ କ୍ଷୁଧା ବୃଦ୍ଧି ସହ ଏହା ପିଲାକୁ ଶାରୀରିକ ଏବଂ ମାନସିକ ଅବିବୃଦ୍ଧିରେ ସାହାଯ୍ୟ କରିଥାଏ । ଆଗାମୀ ୧୦ ଅଗଷ୍ଟ ରୁ ୨୩ ଅଗଷ୍ଟ ଯାଏଁ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ପ୍ରତ୍ୟେକ ଘରକୁ ଯାଇ ୧ ବର୍ଷରୁ ୧୯ ବର୍ଷ ବୟସର ସମସ୍ତ ପିଲାଙ୍କୁ କୃମିନାଶକ ଔଷଧ ଖୁଆଇବେ । ଏହି ପ୍ରଶିକ୍ଷଣ ଶିବିରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଏବଂ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରଶିକ୍ଷକର ଦାୟିତ୍ୱ ତୁଲାଇ ଥିବା ବେଳେ ବିପିଏମ ଅଶୋକ ମିଶ୍ର ଶିବିରଟିକୁ ପରିଚାଳନା କରିଥିଲେ ।

Comments (0)
Add Comment