ଅର୍ଦ୍ଧେନ୍ଦୁ ପାଢୀଙ୍କୁ ସମ୍ବଲପୁର ରାଏଫଲ ଏସୋସିଏସନର ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁର ରାଏଫଲ ଏସୋସିଏସନ ପକ୍ଷରୁ ଶୁକ୍ର ଅର୍ଦ୍ଧେନ୍ଦୁ ପ୍ରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନିକଟରେ ଶେଷ ହୋଇଥିବା ରାଜ୍ୟସ୍ତରୀୟ ଶୁଟିଙ୍ଗ ପ୍ରତିଯୋଗିତାରେ ଶ୍ରୀ ପ୍ରାଣୀ ତିନୋଟି ପଦକ ଜିଣି ଆସିଛନ୍ତି । ଏସୋସିଏସନ ସଭାପତି କର୍ଣ୍ଣେଲ ପ୍ରଭାତ ପଣ୍ଡା ଏ ବିଷୟରେ ସାମ୍ବାଦିକମାନଙ୍କୁ ଜଣାଇ କହିଲେ ଜଣେ ଉଦିୟମାନ ଶୁଟର ଭାବରେ ଶ୍ରୀ ପାଢୀଙ୍କ ଠାରୁ ଆଗାମୀ ଦିନରେ ଆହୁରି ଅନେକ ପଦକ ଆଶା କରାଯାଉଛି । ସେ ନିକଟ ଭବିଷ୍ୟତରେ ବିଭିନ୍ନ ଜାତୀୟ ସ୍ତରର ଶୁଟିଙ୍ଗ ପ୍ରତିଯୋଗିତାରେ ସାମିଲ ହେବାକୁ ଯାଉଛନ୍ତି ଓ ଏପରି ସମ୍ଭାବନା ରହିଛି ଯେ ସେଠାରେ ପଦକ ଜିତିବା ସହିତ ସେ ଆଗାମୀ ଅଲିମ୍ପିକରେ ଭାରତର ପ୍ରତିନିଧିତ୍ୱ କରିପାରନ୍ତି । ସେ ପୁଣି କହିଲେ ସମ୍ବଲପୁର ରାଏଫଲ ଏସୋସିଏସନର ଗଠନ ବହୁପୂର୍ବରୁ ହୋଇଥିଲେ ସୁଦ୍ଧା ବିଗତ କିଛି ଦଶକରୁ ଏହା ନିଷ୍କ୍ରିୟ ପଡ଼ିରହିଥିଲା ଓ ବର୍ତ୍ତମାନ ଏହାର ପୁନରୁଦ୍ଧାର ପାଇଁ ସେ ଚେଷ୍ଟା କରୁଛନ୍ତି । ଏଥି ପାଇଁ ଶୁଟିଙ୍ଗ ରେଞ୍ଜ ଓ ନିଜସ୍ୱ କାର୍ଯ୍ୟାଳୟ ସକାଶେ ଜମି ଚିହ୍ନଟ କରାଯାଇଛି । ଅତିଶୀଘ୍ର ଏଗୁଡ଼ିକ କାର୍ଯ୍ୟକାରୀ କରାଯିବ । ସମ୍ବଲପୁରରେ ଅନେକ ଶୁଟିଙ୍ଗ ଖିଲାଡ଼ି ବିକଶିତ ହେବାର ସମ୍ଭାବନା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏସୋସିଏସନ କାର୍ଯ୍ୟକାରୀ ସମିତି ସଭ୍ୟ ସୁନୀଲ ନନ୍ଦ ତାଙ୍କ ସହିତ ମଞ୍ଚାସୀନ ରହି ଏହି ସଭା ସଞ୍ଚାଳନ ରେ ସହଯୋଗ କରିଥିଲେ ।

Comments (0)
Add Comment